ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଆସିଲା ସଂରକ୍ଷଣ ତାଲିକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ। ଅନୁସୂଚିତ ଜାତି/ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

ଖବର ଅନୁଯାୟୀ, ଆଗାମୀ କିଛି ଦିନରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖାଲି ବାକି ଅଛି ନିର୍ବାଚନ ତାରିଖ ଘୋଷଣା । ତେବେ ଏହାପୂର୍ବରୁ ଆଜି ପ୍ରକାଶ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା । ୩୦ଟି ମଧ୍ୟରୁ ୧୫ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଅନୁସୂଚିତ ଜନଜାତି ପାଇଁ ୭ ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ ରହିଛି ।

ତେବେ କେଉଁ ଜିଲ୍ଲାରେ କାହାକୁ ରହିଛି ସଂରକ୍ଷଣ । ଆସନ୍ତୁ ଜାଣିବା- ଅନୁଗୋଳ, କଟକ ଜିଲ୍ଲା ପାଇଁ ଅଣସଂରକ୍ଷିତ , କଳାହାଣ୍ଡି, କେନ୍ଦୁଝର ଜିଲ୍ଲା ପାଇଁ ଅଣସଂରକ୍ଷିତ, ଗଜପତି, ଦେବଗଡ଼, ନୟାଗଡ଼ ଜିଲ୍ଲା ପାଇଁ ଅଣସଂରକ୍ଷିତ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ପାଇଁ ST (ମହିଳା), କୋରାପୁଟ ଜିଲ୍ଲା ପାଇଁ ST (ମହିଳା), ନବରଙ୍ଗପୁର ଜିଲ୍ଲା ପାଇଁ ST, କେନ୍ଦ୍ରାପଡ଼ା ଜିଲ୍ଲା- SC (ମହିଳା) ରହିଛି ।

ସେହିପରି ଜଗତସିଂହପୁର- ST, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲା ପାଇଁ (ମହିଳା), ନୂଆପଡ଼ା- ମହିଳା, ପୁରୀ- ମହିଳା, ବଲାଙ୍ଗିର- ମହିଳା, ସମ୍ବଲପୁର- ମହିଳା, ଗଞ୍ଜାମ- ମହିଳା, ବରଗଡ଼ – ବାଲେଶ୍ବର ଓ ସୋନପୁର ଜିଲ୍ଲା ପାଇଁ ଅଣ ସଂରକ୍ଷିତ, ବୌଦ୍ଧ- ଭଦ୍ରକ, ଯାଜପୁର ଜିଲ୍ଲା ପାଇଁ SC, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲା ପାଇଁ ST , ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ST ରହିଛି ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ରାଜ୍ୟ ନିର୍ବାଚନ କମିଶନର ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍‌ଆର୍‌ସି , ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । କୋଭିଡ଼ ସଂକ୍ରମଣରେ ବୃଦ୍ଧି ହେଉଥିବାରୁ ନିର୍ବାଚନକୁ ନେଇ ଚିନ୍ତା ବଢିଛି । ତାରିଖ ଘୋଷଣା କରିବା ପୂର୍ବରୁ ସବୁ ଦିଗକୁ ନେଇ ତର୍ଜମା ହେବ ବୋଲି ସୂଚନା ମିଳିଛି ।

Leave a comment