ବାଇକ ସହ ଜଳିଗଲେ ଯୁବକ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତକାଲି ରାତି ୧୨.୩୦ରେ ସହିଦନଗର ଥାନା ନିକଟ ମହାରାଜା ସିନେମା ହଲର ବିପରୀତ ପାର୍ଶ୍ଵ ରାଜପଥରେ ଘଟିଛି ଏକ ଦୁର୍ଘଟଣା । ବାଇକ ସହ ଜୀଅନ୍ତା ଜଳି ଯାଇଛନ୍ତି ଯୁବକ । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ଯୁବକଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି ଗତକାଲି ରାତି ୧୨.୩୦ରେ ଘଟିଛି ଏଭଳି ଘଟଣା ।

ଗାଡ଼ି ନମ୍ବରରୁ ଯୁବକଙ୍କ ପରିଚୟ ଖୋଜୁଛି ପୋଲିସ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ସହିଦନଗର ଥାନା ପୋଲିସ । ନିଆଁକୁ ଆୟତ୍ତ କରିବା ସହ ବାଇକ ଓ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ସହିଦନଗର ଥାନା ପୋଲିସ । ଯୁବକଙ୍କ ଶରୀରର ୮୦ ପ୍ରତିଶତ ଜଳି ଯାଇଥିବା ଯୋଗୁଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି ।

Leave a comment