ଏଣିକି ମୋବାଇଲରେ ବିନା ଡାଟାରେ ଦେଖିପାରିବେ ଟିଭି

0

ଆଜିକାଲିର ବ୍ୟସ୍ତ ଜୀବନରେ ଟିଭି ଦେଖିବାକୁ ଲୋକଙ୍କ ପାଖରେ ସମୟ ନାହିଁ। ସେଥିପାଇଁ ଯାହା କିଛି ସମୟ ଅଛି ଅଥବା ସମୟ ବାହାରୁଛି ସବୁ ସମୟ ନେଇଯାଉଛି ମୋବାଇଲ ଫୋନ। ଗୌଣ ହୋଇଯାଉଛି ଟିଭି ଦେଖିବା ପରମ୍ପରା। ହେଲେ ଏହି ପରମ୍ପରାକୁ ପୁଣି ଫେରାଇ ଆଣିବାକୁ ପ୍ରଚେଷ୍ଟା କରୁଛନ୍ତି ଆମ କେନ୍ଦ୍ର ସରକାର। ଏଣିକି ଆପଣ ଟିଭି ଦେଖିବେ, ନିଜ ମୋବାଇଲ ଫୋନରେ।

ଏଥିପାଇଁ କେନ୍ଦ୍ର ସରକାର ଆଣୁଛନ୍ତି D2M ବ୍ୟବସ୍ଥା। ଆପଣ ଭାବୁଥିବେ, DTH କଥା ସୁଣିଛୁ, ମୋବାଇଲରେ ଟିଭି ଚ୍ୟାନେଲ ଦେଖିବାର ଅପସନ ବି ପାଇଛୁ, ତ ଏଥିରେ ନୂଆ କ’ଣ ?

ଦର୍ଶକବନ୍ଧୁ ବାସ୍ତବ କଥାଟି ହେଉଛି, ଏଣିକି ଆପଣ ଟିଭି ଦେଖିବାକୁ ହଟଷ୍ଟାର କି ଅନ୍ୟ କୌଣସି ଆପ୍ ବ୍ୟବହାର କରିବାକୁ ପଡିବନି। ଦେବାକୁ ପଡିବନି ଦେୟ କି ଇଣ୍ଟରନେଟ୍‌ ଖର୍ଚ୍ଚ ବି କରିବାକୁ ପଡିବନି।

ବିନା ଇଣ୍ଟରନେଟ ବା ଡାଟା ସଂଯୋଗରେ ଆପଣମାନେ ଲାଇଭ୍ ଟିଭି ଦେଖି ପାରିବେ । ଯେଉଁ ଟିଭି ଚାନେଲଗୁଡ଼ିକର ଡାଇରେକ୍ଟ-ଟୁ-ହୋମ ବା DTH ସଂଯୋଗ ନ ଥିବ ସେ କ୍ଷେତ୍ରରେ ମଧ୍ୟ ୟୁଜର୍ସଙ୍କ ମୋବାଇଲ ଫୋନରେ ଲାଇଭ୍ ଦେଖିବା ସମ୍ଭବପର ହେବ। ଏ ନେଇ DOT ବା ଗଣଯୋଗାଯୋଗ ବିଭାଗ ଓ ସୂଚନା ପ୍ରସାରଣ ମନ୍ତ୍ରାଳୟ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଇଆଇଟି-କାନପୁର ଏ ଦିଗରେ କାର୍ଯ୍ୟ କରୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କିନ୍ତୁ ସରକାରଙ୍କ ଏଭଳି ପଦକ୍ଷେପ ଟେଲିକମ ସଂସ୍ଥା ଓ ଅପରେଟରମାନଙ୍କୁ କ୍ଷତି ପହଞ୍ଚାଇବ। ଏଭଳି କ୍ଷେତ୍ରରେ ଡାଟା ବାବଦ ଦେୟ ସେମାନଙ୍କୁ ମିଳିବ ନାହିଁ। ଏଣୁ ଅଡୁଆ ସୃଷ୍ଟି ହୋଇପାରେ। ଏପରିକି ଏହି ପ୍ରସ୍ତାବକୁ ବିରୋଧ ହେବାର ସମ୍ଭାବନା ରହିଛି । ଏଣୁ ଏହି ପ୍ରସ୍ତାବର କାର୍ଯ୍ୟନ୍ବୟନ କେମିତି ହେଉଛି ଦେଖିବାକୁ ରହିଲା।

Leave a comment