ଆପଣ ମଧ୍ୟ ପାଣି ସେବନ କରି ଓଜନ କରିପାରିବେ ହ୍ରାସ, ତେବେ ପାଣିକୁ କିଭଳି ଓ କେଉଁ ସମୟରେ ପିଇଲେ ମିଳିବ ଫାଇଦା

0

ଆଜିକାଲି ଓଜନ ହ୍ରାସ କରିବା ପାଇଁ ଆମେମାନେ ସମସ୍ତେ ଚେଷ୍ଟା କରି ଚାଲିଛୁ l ବର୍ତମାନ ଓଜନ ବୃଦ୍ଧି ଦୁନିଆର ଗୋଟିଏ ବଡ଼ ସମସ୍ୟା ହୋଇଯାଇଛି l ଏହାକୁ ଆମେ ଏତେ ସହଜରେ ଗ୍ରହଣ କରିପାରୁ ନାହୁଁ, କିନ୍ତୁ ଏହି କାରଣରୁ ଆମେ ଅନେକ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଓଜନ ବୃଦ୍ଧି ସାରା ବିଶ୍ୱରେ ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି l କାହିଁକି ନା ଓଜନ ବୃଦ୍ଧି ଦ୍ୱାରା ହାଇ କୋଲେଷ୍ଟ୍ରଲ, ହାଇ ବ୍ଲଡ଼ ପ୍ରସାର, ମଧୁମେହ, କରୋନାରୀ ଆର୍ଟାରୀ ଡିଜିଜ, ହାର୍ଟ ଅଟ୍ଟାକ ଇତ୍ୟାଦି ହୋଇଥାଏ l

ଏହିସବୁ କାରଣରୁ ବୈଜ୍ଞାନିକ ମାନେ ନିକଟରେ ଗୋଟିଏ ଅଧ୍ୟୟନ କରିଥିଲେ, ଯେଉଁଥିରେ କିଛି ମୋଟା ବ୍ୟକ୍ତିଙ୍କୁ ସାମିଲ କରାଯାଇ ଥିଲା l ସେମାନଙ୍କୁ ପାଣି ପିଇ କିପରି ଓଜନ ହ୍ରାସ କରିହେବ ସେହି ବିଷୟରେ ଧ୍ୟାନ ଦିଆଯାଇ ଥିଲା l

ପାଣି ପିଇ କିପରି ହ୍ରାସ କରିବେ ଓଜନ ?

ଗବେଷକ ଙ୍କ ମତରେ ପାଣି ପିଇବା ଦ୍ୱାରା ମଧ୍ୟ ଓଜନ ହ୍ରାସ ହୋଇଥାଏ l ଆମ ଶରୀରର ବିଭିନ୍ନ ଅଙ୍ଗ ପାଣି ଦ୍ୱାରା ନିର୍ମିତ ହୋଇଛି ଓ ପାଣି ବିନା ଜୀବନ କଳ୍ପନା କରିବା ଅସମ୍ଭବ ଅଟେ l ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଗୋଟିଏ ଦିନରେ ଅତି କମ ରେ ୮ ଗ୍ଲାସ ପାଣି ନିହାତି ପିଇବା ଜରୁରୀ l କିନ୍ତୁ ଏହାକୁ ବିଶେଷ ଭାବରେ ସେବନ କରିବା ଉଚିତ l

ଉଷୁମ ପାଣିରେ ହ୍ରାସ କରନ୍ତୁ ଓଜନ –

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ସକାଳୁ ଉଷୁମ ପାଣି ପିଇବା ଜରୁରୀ l ଏହାଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ଖୁବ ସହଜ ରେ ବାହାରି ଯାଇଥାଏ ଓ ଏହାଦ୍ୱାରା ଓଜନ ଧୀରେ ଧୀରେ କମ ହେବାକୁ ଲାଗିଥାଏ l ନିୟମିତ ବ୍ୟାୟାମ ପୂର୍ବରୁ ଉଷୁମ ପାଣି ସେବନ କରିବା ଜରୁରୀ l

– ହ୍ରାସ ହେବ ଚର୍ବି –

ପେଟ ର ଚର୍ବି ହ୍ରାସ କରିବା ପାଇଁ ଆପଣଙ୍କୁ ତୈଳଯୁକ୍ତ ଭୋଜନ ଚର୍ବି ଯୁକ୍ତ ଭୋଜନ ଠାରୁ ଦୂରତା ରଖିବାକୁ ପଡିବ l ଯଦି ଆପଣ ନିୟମିତ ଭାବରେ ଉଷୁମ ପାଣି ସେବନ କରିବେ ତେବେ କ୍ୟାଲୋରୀ ଓ ଚର୍ବି ହ୍ରାସ କରି ପାରିବେ l ଆପଣ ଖାଇବାର ୩୦ ମିନିଟ ପରେ ଉଷୁମ ପାଣି ସେବନ କରନ୍ତୁ l

– ଭୋକ କମାଇବାରେ ସାହାଯ୍ୟ କରିଥାଏ –

ଉଷୁମ ପାଣି ସେବନ କରିବାର ସବୁଠୁ ଲାଭ ହେଉଛି ଭୋକ କମ ଲାଗିଥାଏ l ଭୋକ କମ ଲାଗିବ ଦ୍ୱାରା ଆମେ ଖାଦ୍ୟ କମ ଖାଇଥାଉ ଓ ଧୀରେ ଧୀରେ ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l

– ପେଟ ସଫା ରହିଥାଏ –

ଯଦି ଆପଣ ନିୟମିତ ଭାବରେ ଉଷୁମ ପାଣି ପିଉଛନ୍ତି ତେବେ ଏହାଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଯେପରିକି କୋଷ୍ଠ, କାଠିନ୍ୟ, ବଦହଜମି, ଗ୍ୟାସ ଭଳି ସମସ୍ୟା ଦୂର ହୋଇଥାଏ l ଡାଇଜେସନ ଠିକ ରହିଲେ ଓଜନ ହ୍ରାସ ହୋଇଥାଏ l

Leave a comment