ଟଙ୍କିଆ ଚାଉଳକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଯୋଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଆଦିତ୍ୟନାଥ ଯୋଗୀ ଭବାନୀପାଟଣାରେ ପହଞ୍ଚି ଵୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସେ ରାୟପୁରରୁ ହେଲିକପ୍ଟର ଯୋଗେ ଆସି କଳାହାଣ୍ଡିରେ ପହଞ୍ଚିଥିଲେ । ଯୋଗୀ କଳାହାଣ୍ଡି ସଦର ମହୁକମା ଭବାନୀପାଟଣାଠାରେ ଅନୁଷ୍ଠିତ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପ୍ରଥମେ ଯୋଗୀ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ଆତଙ୍କବାଦ ବିରୋଧରେ ଲଢେ଼ଇ କରିବାକୁ ଆହ୍ବାନ ଦେଇଥିଲେ । ଏହାପରେ ରାଜ୍ୟରେ ଟଙ୍କିକିଆ ଚାଉଳ ଓ ପକ୍କାଘର ବଣ୍ଟନରେ ଅନିୟମିତତା ହୋଇଥିବା ବେଳେ ୟୁପିରେ ଅଧିକ ଲୋକଙ୍କୁ ପକ୍କା ଗୃହ ବଣ୍ଟନ କରାଯାଇଥିବା କହିଥିଲେ । ତେବେ ଟଙ୍କିକିଆ ଚାଉଳ ପାଇଁ ଏକତିରିଶ ଟଙ୍କାରୁ ୨୯ ଟଙ୍କା କେନ୍ଦ୍ର ଦେଉଛି । ଓଡ଼ିଶା ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରିବା ପାଇଁ ପଡ଼ିବ । ଏଥିପାଇଁ ବୁଥସ୍ତରରୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ । ଏଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର ବୋଲି ଯୋଗୀ କହିଥିଲେ ।

Leave a comment