ସାରା ବିଶ୍ଵ ପାଳୁଛି ଯୋଗ ଦିବସ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଜୁନ 21 । ଆନ୍ତର୍ଜାତିକ ଯୋଗ ଦିବସ। ୨୦୧୫ ଜୁନ ୨୧ରେ ମିଳିତ ଜାତିସଂଘର ଘୋଷଣା ପରେ ବିଶ୍ବ ପାଳୁଛି ଏହି ଦିବସ । ଚଳିତବର୍ଷ ଯୋଗ ଦିବସର ଥିମ୍ ରହିଛି “ମାନବିକତା ପାଇଁ ଯୋଗ”। ଯୋଗ ଭାରତୀୟ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ବକୁ ଅନନ୍ୟ ଅବଦାନ । ଶରୀର, ମନ ଓ ବୁଦ୍ଧିକୁ ସନ୍ତୁଳିତ କରି ବିଶ୍ବକୁ ଦିଗଦର୍ଶନ ଦେଉଛି ଭାରତର ଯୋଗ।
ଏହି ଅବସରରେ ପିଏମ ମୋଦି ମହିଶୂରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଯୋଗ ଦିବସରେ ପିଏମ ମୋଦି କହିଛନ୍ତି ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ ଏହା ସମଗ୍ର ମାନବ ଜାତି ପାଇଁ ଉଦ୍ଧିଷ୍ଟ। ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଏହା ଘର ଭିତରେ ସିମିତ ଥିଲା ଏବେ ଏହା ସାରା ବିଶ୍ୱରେ ପହଞ୍ଚିଛି।