ଜିଙ୍ଗପିଙ୍ଗଙ୍କୁ କରୋନା !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସାରା ବିଶ୍ୱକୁ ସଂକ୍ରମିତ କରିସାରିଲାଣି। ଅନେକ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି। ନେତା ମନ୍ତ୍ରୀଙ୍କ ଠାରୁ ଡାକ୍ତରମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହାଇଉଛନ୍ତି। ତେବେ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଛି। ହେଲେ ସେ ପଜିଟିଭ କି ନୁହେଁ ସ୍ପଷ୍ଟଭାବେ ଏନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଡଟ କମ ତଥ୍ୟ ଅନୁସାରେ, କମ୍ୟୁନିଷ୍ଟପାର୍ଟିର ଏକ ସଭାରେ ଜିଙ୍ଗପିଙ୍ଗ ଯୋଗ ଦେଇଥିଲେ। ଏଥିରେ ସେ ଜୋରଜୋରରେ କାଶିବାକୁ ଲାଗିଥିଲେ। ଫଳରେ ସେଠାରେ ଭାଷଣ ଦେଉଥିବା ନେତାଙ୍କୁ ଭାଷଣ ବନ୍ଦ କରିବାକୁ ପଡିଥିଲା। ଜିଙ୍ଗପିଙ୍ଗଙ୍କ ଏଭଳି କାଶିବା ଦେଖି ସେଠାରେ ଲୋକମାନେ ଭୟଭିତ ହୋଇଯାଇଥିଲେ। ପରିସ୍ଥିତ ଏମିତି ହେଲା ଯେ କ୍ୟାମେରା ମ୍ୟାନ କ୍ୟାମେରା ଛାଡି ଦୌଡି ପଳାଇଥିଲା।
ସୂଚନା ଯୋଗ୍ୟ, ସାରାବିଶ୍ୱରେ କରୋନା ଭୂତାଣୁ ପାଇଁ ଆମେରିକା ସମେତ ବହୁଦେଶ ଚୀନକୁ ଦୋଷୀ କରୁଛନ୍ତି। ହେଲେ ଚୀନ ଏହାକୁ ବାରମ୍ବାର ଖଣ୍ଡନ କରିଆସୁଛି। କିନ୍ତୁ ପ୍ରକୃତ କଥା ପ୍ରଥମେ ଚୀନରେ କରୋନା ଭୂତାଣୁ ଲୋକଙ୍କୁ ସଂକ୍ରମିତ କରିଥିଲା। ବହୁଲୋକ ଏଥିରେ ପ୍ରାଣ ହରାଇଥିଲେ।