ବାତ୍ୟା ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ମିଳିବ ଏଲପିଜି ଯୋଜନା
ବାତ୍ୟା ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ମିଳିବ ଏଲପିଜି ଯୋଜନା

ଗ୍ୟାସ୍ ହଜିଯାଇଥିବା ଉଜ୍ଜଳା ହିତାଧିକାରୀଙ୍କୁ ୨୦୦
ଟଙ୍କାରେ ନୂଆ ଗ୍ୟାସ୍ ସିିଲିଣ୍ଡର
– ଅନ୍ୟାନ୍ୟ ଘରୋଇ ଏଲପିଜି ଉପଭୋକ୍ତାଙ୍କୁ ୧୨୦୦
ଟଙ୍କାରେ ନୂଆ ସିଲିଣ୍ଡର
– କାଗଜପତ୍ର ନଷ୍ଟ ହୋଇଯାଇଥିଲେ ନୂଆ କାଗଜ
ଯୋଗାଇଦେବାକୁ ବ୍ୟବସ୍ଥା
– ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କରି ଉପଭୋକ୍ତାଙ୍କୁ ସୁବିଧା
ଯୋଗାଇଦେବା ପାଇଁ ଯୋଜନା
ଭୁବନେଶ୍ୱର ,୧୪ ଅକ୍ଟୋବର – ଓଡିଶାରେ ତିତଲି ଓ ଏହା ପ୍ରଭାବରେ
ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ଏଲପିଜି ନେଇ ସୃଷ୍ଟି ହୋଇଥିବା
ସମସ୍ୟାକୁ ସମାଧାନ କରିବାପାଇଁ ତିନି ତୈଳ ବିପଣନ କମ୍ପାନୀଙ୍କ ତରଫରୁ
ଏଚଏଲସି ପ୍ରିତୀଶ ଭାରତ ଖାଉଟି ମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ।
ରୋଷେଇ ଗ୍ୟାସ୍ ନିତାନ୍ତ ଆବଶ୍ୟକ ଜାଳେଣୀ ଭାବରେ ରୋଷେଇ ପାଇଁ
ଜରୁରୀ । ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜିଯିବା ବା କାଗଜପତ୍ର ନଷ୍ଟ
ହୋଇଯିବା ସ୍ଥିତିରେ ଖାଉଟିମାନଙ୍କୁ ଯେପରି ଅସୁବିଧାର ସମ୍ମୁଖୀନ ହେବାକୁ
ନପଡେ ସେଥିପାଇଁ ତୈଳ ବିପଣନ କମ୍ପାନୀମାନେ ଯତ୍ନବାନ୍ ବୋଲି ଶ୍ରୀ ଭାରତ
କହିଛନ୍ତି ।
ଶ୍ରୀ ଭାରତ କହିଛନ୍ତି ଯଦି ଉଜ୍ଜଳା ଯୋଜନାରେ ଗ୍ୟାସ୍ ଉପଭୋକ୍ତାମାନଙ୍କର
ସିଲିଣ୍ଡର ହଜିଯାଏ ତାହେଲେ ଉପଯୁକ୍ତ ପ୍ରମାଣ ଦେଇ ମାତ୍ର ୨୦୦ଟଙ୍କା ମୂଲ୍ୟରେ
ସିଲିଣ୍ଡର ଯୋଗାଇଦିଆଯିବ । ସେହିପରି ଅନ୍ୟାନ୍ୟ ଘରୋଇ ଏଲପିଜି
ଗ୍ରାହକମାନଙ୍କର ସିଲିଣ୍ଡର ନମିଳିବା ପରିସ୍ଥିତିରେ ୧୨୦୦ ଟଙ୍କାରେ ନୂଆ
ସିଲିଣ୍ଡର ଯୋଗାଇ ଦିଆଯିବ ।
ଏହାଛଡା ଗ୍ୟାସ୍ କାଗଜପତ୍ର ନଷ୍ଟ ହୋଇଯିବା ମାମଲାରେ ମଧ୍ୟ ପୁଣି ଥରେ
ନୂଆ କାଗଜ ତିଆରି କରି ଯୋଗାଇ ଦେବାପାଇଁ ତୈଳ ବିପଣନ
କମ୍ପାନୀମାନେ ସହଯୋଗ କରିବେ ।
ଏହି ସୁବିଧା ଯୋଗାଇଦେବାପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ ମାନ
ଆୟୋଜନ କରାଯିବ ଓ ଏହାର ସୂଚନା ଗ୍ୟାସ୍ ବିତରକ ଓ ଅନ୍ୟାନ୍ୟ ମାଧ୍ୟମରେ
ଉପଭୋକ୍ତାମାନଙ୍କ ପାଖରେ ପହଂଚାଯିବ ବୋଲି ଶ୍ରୀ ଭାରତ ସୂଚନା ଦେଇଛନ୍ତି ।