ମୁମ୍ବାଇ ଇଏସଆଇସି ହସ୍ପିଟାଲରେ ଅଗ୍ନିକାଣ୍ଡ, ଜଣେ ଶିଶୁ ସମେତ ୬ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇ ଅନ୍ଧେରୀ ସ୍ଥିତ ଇଏସଆଇସି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଜଣେ ଦୁଇ ମାସର ଶିଶୁ ସମେତ ୬ଜଣ ମୃତ ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପାଖାପାଖି ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟି ବା ସହ ୪.୩୦ ପର୍ଯ୍ୟନ୍ତ ଏହା ସବୁଆଡେ ବ୍ୟାପି ଯାଇଥିଲା । ହସ୍ପିଟାଲରେ ନିଆଁ ଲାଗିଥିବା ଖବର ପାଇ ଘଟଣାସ୍ଥଳରେ ୧୦ଟି ନିଆଁ ଲିଭା ଗାଡ଼ି, ୭ଟି ପାଣି ଟ୍ୟାଙ୍କର୍, ୩ଟି ଉଚ୍ଚ ସିଢ଼ି, ୧୬ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ସମସ୍ତ ଲୋକଙ୍କୁ ହସ୍ପିଟାଲରୁ ଉଦ୍ଧାର କରାଯାଇଛି ।

ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ଘଟିଥିବା ଆଶଙ୍କା କରାଯାଉଛି । ଏହି ଅଗ୍ନିକାଣ୍ଡ ରେ ଅଧିକ କର୍ମଚାରୀ ମାରିଥିବା ସୂଚନା ମିଳିଛି । ନିଆଁ ଲାଗି ଯିବା ପରେ ପୂରା ବିଲ୍ଡିଂ ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିଲା । ତେଣୁ ଅଗ୍ନିଶମ କର୍ମଚାରୀ ଙ୍କୁ ଖୁବ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥିଲା । ହସ୍ପିଟାଲରେ ଅଧିକ ରୋଗୀ ଥିବାରୁ ଅଗ୍ନିଶମ କର୍ମଚାରୀ ଙ୍କୁ ଉପର ମହଲା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚଳାଇବାକୁ ପଡିଥିଲା । ହସ୍ପିଟାଲରୁ ଉଦ୍ଧାର କରାଯାଇଥିବା ରୋଗୀଙ୍କ ମଧ୍ୟରୁ କିଛି ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a comment