ମୋଦିଙ୍କ ଗଡରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବେ ନବୀନ, ଗୁରୁଦାୟିତ୍ୱ ରେ ପ୍ରଣବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଦିନିକିଆ ସୁରଟ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୁରଟ ଯିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁରଟରୁ ସିଧା ସଳଖ ବ୍ରହ୍ମପୁର ଯାତାୟତ ପାଇଁ ଟ୍ରେନ ଓ ଭୁବନେଶ୍ୱରକୁ ଯାତାୟତ ପାଇଁ ବିମାନ ଚଳାଇବାକୁ ଅନୁରୋଧ କରିଛନ୍ତି । ଏଥିସହ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ସୁରଟରେ କମୁନିଟି ସେଣ୍ଟର ପାଇଁ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

ସୁରଟରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ କିପରି ସଫଳ କରାଯିବ ଏହି ଦାୟିତ୍ୱ ତରୁଣ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଉପରେ ନ୍ୟସ୍ତ କରାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଣବ ଆଜି ସୁରଟ ଅଭିମୁଖେ ଯାତ୍ରା କରିଛନ୍ତି । ବହୁ ସଂଖ୍ୟାରେ ଓଡ଼ିଆଙ୍କୁ ଏକାଠି କରିବାକୁ ବିଜେଡି ନେତା ଓ କର୍ମୀ ମାନେ ସେଠାକାର ଓଡ଼ିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଓଡ଼ିଶା ମହୋତ୍ସବରେ ଓଡ଼ିଆମାନଙ୍କୁ ଯୋଗ ଦେବା ପାଇଁ ସେଠାକାର ବୁଣାକାର ସଂସ୍ଥାଗୁଡ଼ିକ ୧୭ ତାରିଖକୁ ଛୁଟି ଘୋଷଣା କରିବା ନିମନ୍ତେ ଗୁଜୁରାଟ ବୁଣାକାର ସଂଘଗୁଡ଼ିକ ମହାସଂଘର ସଭାପତିଙ୍କୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏକ ଚିଠି ଲେଖିଥିଲେ । ମହାସଂଘ ପକ୍ଷରୁ ତାହାକୁ ଗ୍ରହଣ କରାଯାଇ ୧୭ତାରିଖ ଛୁଟି ଘୋଷଣା କରାଯାଇଛି ।

Leave a comment