ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାକିରି କରାଇ ଦେବା ନାଁ ରେ ଠକେଇ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଶ୍ରୀମନ୍ଦିର କାର୍ଯ୍ୟାଳୟରେ କିରାଣି ଚାକିରି କରାଇଦେବାକୁ କହି ପୁରୀର ଜଣେ ଯୁବକ ଖୋର୍ଦ୍ଧା ଜିଲ୍ଲା ଦଳେଇପୁଟର ୬ ଜଣ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ସେମାନଙ୍କ ମଧ୍ୟରୁ ୩ ଯୁବକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ସିଂହଦ୍ୱାର ଥାନାରେ ଜଣାଇଛନ୍ତି ।
ଠକେଇର ଶିକାର ହୋଇଥିବା ଯୁବକଙ୍କ ଅଭିଯୋଗ ଅନୁଯାୟୀ, ପୁରୀର ଜଣେ ଯୁବକ ଶ୍ରୀମନ୍ଦିରର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ କିରାଣି ଚାକିରି କରାଇ ଦେବାକୁ କହି ସେ ଜଣକ ଠାରୁ ୩୩ ହଜାର, ଅନ୍ୟ ଜଣେ ୨୦ ହଜାର ଓ ଅନ୍ୟ ଜଣକଠାରୁ ୧୬ ହଜାର ଟଙ୍କା ନେଇଛନ୍ତି । ମାଟ୍ରିକ୍ ପାସ୍ କରି ନ ଥିବାରୁ ସେ ପାସ୍ ସାର୍ଟିଫିକେଟ ବାହାର କରିଦେବେ କହି ୫ ହଜାର ଟଙ୍କା ଲେଖାଏ ଅଧିକ ମଧ୍ୟ ନେଇଛନ୍ତି । କିନ୍ତୁ ସମ୍ପୃକ୍ତ ଯୁବକ ଦେଇଥିବା ନିଯୁକ୍ତିପତ୍ର ଜାଲ୍ ବୋଲି ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛୁ । ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଶ୍ରବଣ କୁମାର ମହାରଣା କହିଛନ୍ତି ୩ ଯୁବକ ଥାନାକୁ ଆସି ମୌଖିକ ଭାବେ ଠକେଇର ଶିକାର ହୋଇଥିବା କହିଛନ୍ତି । ସେମାନେ ଯାହା ମାଧ୍ୟମରେ ଟଙ୍କା ଦେଇଥିଲେ ତାଙ୍କୁ ଡକାଯାଇଛି । ସେ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।