ସରିଲା ଈଶାଙ୍କ ବାହାଘର,  ଖର୍ଚ୍ଚ ହେଲା ଶହେ ମିଲିଅନ ଡଲାର

0


ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭାରତର ଏକ ନମ୍ବର ଧନୀ ତଥା ରିଲାଏନ୍ସ ଗୃପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଓ ଶିଳ୍ପପତି ଆନନ୍ଦ ପୀରାମଲଙ୍କ ବିବାହ ସମ୍ପନ୍ନ ହୋଇଛି । ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆରେ ଈଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବାହାଘରରେ ପାଖାପାଖି ଶହେ ମିଲିଅନ ଡଲାର ବା ୭୧୭ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ବଲିଉଡ୍‌ କଳାକାରଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ଭିଡ଼ ମଧ୍ୟରେ ଏହି ଚର୍ଚ୍ଚିତ ବାହାଘର ଶେଷ ହୋଇଛି । ବାହାଘର ପାଇଁ ଛପା ଯାଇଥିବା କାର୍ଡର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ଥିଲା । ଈଶାଙ୍କ ବାହାଘରର ପ୍ରି-ୱେଡିଂ ସେଲିବ୍ରେସନ୍‌ ରାଜସ୍ଥାନର ଉଦୟପୁରରେ ୪ ଦିନ ଧରି ଚାଲିଥିଲା । ଉଦୟପୁରର ‘ଓବରୟ ଉଦୟବିଲାସ୍‌’ ଓ ‘ସିଟି ପ୍ୟାଲେସ୍‌’ ଦୁଇଟି ଭେନ୍ୟୁରେ ସ୍ୱତନ୍ତ୍ର ଆୟୋଜନ କରାଯାଇ ଥିଲା । ଇଶାଙ୍କ ସଙ୍ଗୀତ୍‌ ସେରିମନିରେ ବଲିଉଡ୍‌ ସୁପରଷ୍ଟାର୍‌ ଶାହାରୁଖ, ସଲମାନ୍‌, ଆମୀର ଖାନ୍‌, ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନ୍‌ଙ୍କ ସମେତ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲ୍‌କର୍‌ ଓ ମହେନ୍ଦ୍ର ସିଂହ ଧୋନି ପ୍ରମୁଖ ସାମିଲ ହୋଇଥିଲେ । ୧୩ ଓ ୧୪ ତାରିଖରେ ଉଭୟଙ୍କ ପରିବାର ପକ୍ଷରୁ ରିସେପସନ୍‌ ପାର୍ଟି ଦିଆଯିବ । 

Leave a comment