ଚାଷୀଙ୍କୁ ଅଣଦେଖା କରି ହାରିଲା ବିଜେପି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଘୋଷିତ ୫ଟି ରାଜ୍ୟର ନିର୍ବାଚନି ଫଳକୁ ନେଇ ନିସ୍ତବ୍ଧ ହୋଇଯାଇଛି ବିଜେପି କାର୍ଯ୍ୟାଳୟ । ସବୁବେଳେ ମୋଦିଙ୍କ ବଡୀମା ଦେଖାଉଥିବା ବିଜେପି ଆଜି ଚୁପ । ଏହି ଚୁପକୀ ର ଫାଇଦା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ‘ ଯେଉଁ ତିନୋଟି ରାଜ୍ୟରେ ବିଜେପିର ସରକାର ଥିଲା ସେସବୁ କୃଷି ଭିତ୍ତିକ ରାଜ୍ୟ । ସେସବୁ ସ୍ଥାନରେ ବହୁ ଦିନରୁ ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପିକୁ ନେଇ ଦାବି ଉଠାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ କେନ୍ଦ୍ରରେ କ୍ଷମତାରେଥିବା ବଜେପି ସରକାର । ଯାହାର ଫଳସ୍ୱରୂପ ଆଜି ବିଜେପି କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି ‘।

ଅପରପକ୍ଷରେ, ବିଜେପିକୁ ଝଟକା ଦେଇ ବିଜୟ ମୁକୁଟ ପିନ୍ଧିଥିବା କଂଗ୍ରେସ, ଏମଏନଏଫ ଏବଂ ଟିଆରଏସ ଦଳମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିଜେଡି ସର୍ବଦା ଲୋକଙ୍କ ସହ ରହିଛି ଓ ଲୋକଙ୍କ ପାଇଁ କାମ କରୁଛି ବୋଲି ମଧ୍ୟ କହିଥିଲେ ।

Leave a comment