ଅସିଲେନି ମୋଦି ଅଭିବାଦନ ଦେବାକୁ, ଲୋକ ନକାରିଲେ ‘ ଅଵକୀ ବାର ମୋଦି ସରକାର ‘

0

ଓଡିଶା ଫାଷ୍ଟ(ବ୍ୟୁରୋ): ସନ୍ଧ୍ୟା ବେଳକୁ ନଜରରେ ରହିବେ ପ୍ରଧାନମନ୍ତ୍ରୀ ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ସମସ୍ତଙ୍କ ଆଶା ଥିଲା । ପ୍ରତି ଇଲେକ୍ସନ ସରିବାପରେ ଗୁଜରାଟ ହେଉ କି ମହାରାଷ୍ଟ୍ର ହେଉ କି ଆସାମ ହେଉ ସବୁ ନିର୍ବାଚନ ସରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟ କୁ ଆସି ଛାତ ଉପରୁ ହାତ ହଲାଇ ଅଭିବାଦନ କରନ୍ତି । ଏବଂ ମିଡ଼ିଆ କୁ ମନ ଇଚ୍ଛା କଂଗ୍ରେସ ବିରୁଦ୍ଧରେ ଭାଷଣ ଦେଇଥାନ୍ତି । ଆଜି ଯେହେତୁ ୫ଟି ରାଜ୍ୟ ମଧ୍ୟରୁ ବିଜେପି ଅକ୍ତିଆର ରେଥିବା ତିନୋଟି ରାଜ୍ୟରୁ ଦୁଇଟି ରାଜ୍ୟର ଫଳାଫଳ ଏତେ ଆଖି ଦୃଷ୍ଟିୟା ହୋଇନଥିଲେ ବି ବଜେପି ଯେ କୌଣସି ଉପାୟରେ ହେଉ ସରକାର କରିବାକୁ ଚାହୁଁଛି । ତେଣୁ ଆଜିର ନିର୍ବାଚନୀ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦି କଣ କହୁଛନ୍ତି ତା ଉପରେ ସମସ୍ତଙ୍କ ନଜର ଥିଲା ମାତ୍ର ଆଜି ସନ୍ଧ୍ୟାରେ ନଜର ଆସିନଥିଲେ ମୋଦି । ତାଙ୍କ ବଦଳରେ ରାଜନାଥ ସିଂହ ଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବରୁ ପ୍ରତି ଜିତ ପାଇଁ ମୋଦିଙ୍କୁ ଶ୍ରେୟ ଦେଉ ଅସୁଥବା ରାଜନାଥ ଆଜି ନିର୍ବାଚନୀ ହାର ରୁ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ କହିଲେ ଏହି ହାର ପାଇଁ ମୋଦିଙ୍କୁ ଦୋଷ ଦିଆଯାଇପାରିବ ନାହିଁ ।

ସେହିପରି ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଦେଶ ଧର୍ମେନ୍ଦ୍ରଙ୍କ ଦାୟିତ୍ୱ ରେ ଦିଆଯାଇଥିଲା । ତେଣୁ ଧର୍ମେନ୍ଦ୍ରଙ୍କ ରଣନୀତି ଉପରେ ଯଦି ସେ ଫେଲ ମାରନ୍ତି ତେବେ ଓଡ଼ିଶାରେ ତାଙ୍କ ପତିଆରା କମିବn। ଧର୍ମେନ୍ଦ୍ର ଙ୍କ ପତିଆରା କମିଲା ବେଳକୁ ଏଣ୍ଟ୍ରି ମାରିଛନ୍ତି ଅପରାଜିତା । ତେଣୁ ଧର୍ମେନ୍ଦ୍ର କଳେ ବଳେ କୌଶଳେ ଅର୍ଥବଳ ହେଉ କିମ୍ବା ଯେକୌଣସି ଉପାୟରେ ହେଉ ମଧ୍ୟପ୍ରଦେଶରେ ବିଜେପି ସରକାର କରିବାକୁ ଚାହୁଁଥିଲେ । ଯାହାକି ଓଡ଼ିଶାରେ ତାଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ଦାବେଦାରି ବଢ଼ାଇଥାନ୍ତା ।

Leave a comment