ଲୋକାଯୁକ୍ତ ପାଇଁ ସିଲେକ୍ଟ କମିଟି ଗଠନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକାଯୁକ୍ତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବସିଥିବା ସିଲେକ୍ଟ କମିଟି ଦ୍ୱାରା ଏକ ୭ଜଣିଆ ସର୍ଚ୍ଚ କମିଟି ଗଠନ କରାଯାଇଛି । ଏହି ୭ଜଣିଆ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ଜଷ୍ଟିସ ଅମିତାଭ ରାୟ ଙ୍କୁ ନିଆଯାଇଥିବା ବେଳେ ସଦସ୍ୟ ଭାବରେ ଗୋପାଳ ନନ୍ଦ, ଡ଼.ରବି ନାରାୟଣ ବହିଦାର, ସଂଜୀବ ହୋତା, ଡ଼.ବିଦୁଭୁଷଣ ସାମଲ, ପ୍ରଫେସର ସ୍ନିଗ୍ଧ । ପଟ୍ଟନାୟକ, ଡ଼. ଭି ଆର ରାମ ଭଟଲା ଙ୍କୁ ମୋନନୀତ କରାଯାଇଛି । ଏହି କମିଟି ଏକ ମାସ ମଧ୍ୟରେ ଲୋକାଯୁକ୍ତ ଙ୍କ ନାମ ସୁପାରିଶ କରି ସିଲେକ୍ଟ କମିଟି କୁ ପଠାଇବା ପାଈଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି, ବିରୋଧୀ ଦଳ ନେତା, ବାଚସ୍ପତି ପ୍ରମୁଖ ଉପସ୍ଥିତ ଥିଲେ ।