କାହା ନିର୍ଦ୍ଦେଶରେ ରକ୍ତମୁଖା ସାଜିଛି ପୋଲିସ, ଏହାର ପ୍ରତିବାଦ କଲେ ସାମ୍ବାଦିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ରକ୍ତମୁଖା ପୋଲିସ, ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରିଛି । ଏହି ଆକ୍ରମଣରେ ୧୦ରୁ ଅଧିଜ ସାମ୍ବାଦିକ ଗୁରୁତର ହୋଇଥିବା ଜଣାପଡିଛି । ଏକ ପେଟ୍ରୋଲପମ୍ପରେ ହେଉଥିବା ଅପମିଶ୍ରଣର ଖବର ସଂଗ୍ରହ ସମୟରେ ପୋଲିସ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି । ଆଜି ଏହାର ପ୍ରତିବାଦରେ ପୁରୀ ବଡଦାଣ୍ଡ ଓ ଭୁବନେଶ୍ୱର ସୂଚନା ଭବନ ଠାରେ ଶାନ୍ତିପୂର୍ଣ୍ଣ ଭାବରେ ସାମ୍ବାଦିକମନେ ଧାରଣାରେ ବସିଛନ୍ତି ।
ସୂଚନା ଅନୁଯାୟୀ, ପୁରୀର ଏକ ପେଟ୍ରୋଲ ପମ୍ପ ରେ ଅପମିଶ୍ରଣ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ପୋଲିସ । ସେମାନେ ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ କିଛି ଶୁଣିନଥିଲା ପୋଲିସ । ଏହି ଆକ୍ରମଣରେ ୧୦ରୁ ଅଧିଜ ସାମ୍ବାଦିକ ଗୁରୁତର ହୋଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ବା କାହା ନିର୍ଦ୍ଦେଶରେ ପୋଲିସ ଏପରି ପଦକ୍ଷପ ଗ୍ରହଣ କରିଛି ।
ଏହାକୁ ସମଗ୍ର ପୁରୀ ବାସୀ ନିନ୍ଦା କରିବା ସହ ପୁରୀ ଏସପି ଙ୍କ ବଦଳି ଦାବିରେ ସାମ୍ବାଦିକଙ୍କ ସହ ପୁରୀ ବଡ଼ଦାଣ୍ଡ ରେ ଧାରଣାରେ ବସିଛନ୍ତି । ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଓ.ଜେ.ୟୁ, ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘ ର ସଭାପତି ମାନେ ଘୋର ନିନ୍ଦା କରିଛନ୍ତି । ସେହିପରି ଆସନ୍ତା କାଲି କୁ କଳା ଦିବସ ଭାବରେ ପାଳନ କରାଯିବା ବୋଲି ଓ.ଜେ.ୟୁ ସଭାପତି କହିଛନ୍ତି ।