ଶ୍ରୀଶ୍ରୀ ରବିଶଙ୍କରଙ୍କୁ ମାଡ୍ରାସ ହାଇକୋର୍ଟର ଝଟକା

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆଧ୍ୟାତ୍ମ୍ୟ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କୁ ମାଡ୍ରାସ ହାଇକୋର୍ଟ ପକ୍ଷରୁ ଝଟକା ଲାଗିଛି । ତାମିଲନାଡୁର ଥାଞ୍ଜାଭୁର ଜିଲ୍ଲାର ଐତିହ୍ୟ ସ୍ଥାନ ବ୍ରିହଦୀଶ୍ୱର ମନ୍ଦିରରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ଧ୍ୟାନ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ । ଶ୍ରୀଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପରିଚାଳିତ ପ୍ରତିଷ୍ଠାନ ‘ଆର୍ଟ ଅଫ ଲିଭିଙ୍ଗ’ ପକ୍ଷରୁ ବଛା ଯାଇଥିବା ଏହି ସ୍ଥାନଟି ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ ଥିବାରୁ ଏହା ଉପରେ କୋର୍ଟ ରହିତାଦେଶ ଲଗାଇଛନ୍ତି ।

‘ଅନ୍‌ଭିଲିଂ ଇନ୍‌ଫିନିଟି’ ନାମରେ ହେଉଥିବା ଏହି କାର୍ଯ୍ୟକ୍ରମ ପାଇଁ ୨୦୦୦ ଜଣ ନାମ ପଞ୍ଜୀକରଣ କରିଛନ୍ତି । ତେବେ ଚେନ୍ନାଇର ଭେଙ୍ଗଟେଶନ ନାମକ ଏକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥା ଏହି କାର୍ଯ୍ୟକ୍ରମ ବିରୋଧରେ ପିଆଇଏଲ ଆବେଦନ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଉପରେ ଏବେ ଠାରୁ ରୋକ ନଲଗାଗଲେ ଭବଷ୍ୟତରେ ଅନ୍ୟମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରିବେ ଏବଂ ଐତିହ୍ୟସ୍ଥଳୀ ନଷ୍ଟ ହେବ ବୋଲି ଆବଦନକାରୀଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତା ଶୁକ୍ରବାରଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ଥିବା ବେଳେ ଆୟୋଜକ ଏହି କାର୍ଯ୍ୟକ୍ରମପାଇଁ ଅନ୍ୟ ଏକ ସ୍ଥାନ ବାଛି ସାରିଛନ୍ତି । ଏ ସଂକ୍ରାନ୍ତରେ ଆସନ୍ତା ସୋମବାରଠାରୁ କୋର୍ଟ ଶୁଣାଣି ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

Leave a comment