ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ, ସିବିଆଇ-ଇଡି ଟିମ୍‌ର ଲଣ୍ଡନ ଗସ୍ତ

0

ଓଡିଶା ଫାଷ୍ଟ(ବ୍ୟୁରୋ): ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୋମବାର ଲଣ୍ଡନସ୍ଥିତ ଓ୍ବେଷ୍ଟ ମିନିଷ୍ଟର ଅଦାଲତରେ ହାଜର ହେବେ । ଏହି ଦିନ ତାଙ୍କର ପତ୍ୟର୍ପଣ ନେଇ ବିଚାରପତି ରାୟ ଶୁଣାଇବେ ବୋଲି ଆଶାକରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏ.ସାଇ ମନୋହରଙ୍କ ନେତୃତ୍ୱରେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବରିଷ୍ଠ ଅଧିକାରୀମାନେ ଲଣ୍ଡନ ଗସ୍ତ କରିଛନ୍ତି । 
ବନ୍ଦ ହୋଇଯାଇଥିବା କିଙ୍ଗଫିିଶର ଏୟାରଲାଇନ୍ସର ପ୍ରମୁଖ ରହିଥିବା ୬୨ ବର୍ଷୀୟ ମାଲ୍ୟାଙ୍କ ବିରୋଧରେ ପ୍ରାୟ ୯ ହଜାର କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଏହି କାରଣରୁ ତାଙ୍କୁ ପତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ମାମଲା ଦାଏର କରାଯାଇଛି । ଗତ ବର୍ଷ ଏପ୍ରିଲରେ ପତ୍ୟର୍ପଣ ଓ୍ବାରେଣ୍ଟ ପରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ସେ ଜାମିନରେ ରହିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ପତ୍ୟର୍ପଣ ଉଦ୍ୟମ କରାଯାଉଛି ବୋଲି ମାଲ୍ୟା ଅଭିଯୋଗ କରିଛନ୍ତି । ଟୁଇଟ୍‌ କରି ବ୍ୟାଙ୍କରୁ ସେ ଟଙ୍କାଟିଏ ଋଣ ନେଇନାହାନ୍ତି ବୋଲି ସଫେଇ ଦେଇଛନ୍ତି । କିଙ୍ଗଫିଶର ଏୟାରଲାଇନ୍ସ ଉକ୍ତ ଋଣ ନେଇଥିଲା । ସେ କେବଳ ଗ୍ୟାରେଣ୍ଟର ଥିଲେ । ନିକଟରେ ଟୁଇଟ୍‌ କରି ସେ ବ୍ୟାଙ୍କଗୁଡିକର ମୂଳଧନ ଫେରାଇ ଦେବେ ବୋଲି ପ୍ରକାଶ କରିଛନ୍ତି ।

Leave a comment