ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତର କହିଲା ଚାଇନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଶ୍ମୀରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହିଥିବା ବେଳେ ଏହା ଉଭୟ ଦେଶର ଶତ୍ରୁତାର ମୁଖ୍ୟ କାରଣ । ତେବେ ଚାଇନାର ଏକ ଗଣମାଧ୍ୟମରେ ପ୍ରସାରିତ ଖବରରେ ସମ୍ପୁର୍ଣ୍ଣ କାଶ୍ମୀରକୁ ଭାରତର ବୋଲି ଦର୍ଶାଯାଇଛି । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ମଧ୍ୟ ଭାରତର ବୋଲି ଦର୍ଶାଇଛି ଚାଇନାର ଇଣ୍ଟରନ୍ୟାସନଲ ନ୍ୟୁଜ ଚ୍ୟାନେଲ ସିଜିଟିଏନ(ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱର୍କ) । ଚାଇନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏକ ରିପୋର୍ଟ ପ୍ରସାରଣ ବେଳେ ଉକ୍ତ ନ୍ୟୁଜ ଚ୍ୟାନେଲରେ ପାକିସ୍ତାନର ମ୍ୟାପ ଦେଖାଇଥିଲେ ହେଁ ସେଥିରେ ପିଓକେ ସ୍ଥାନ ପାଇନଥିଲା ।
ସୂଚନା ଅନୁଯାୟୀ, କରାଚିରେ ଥିବା ଚୀନ କନସଲଟାଣ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଖବର ପ୍ରସାରଣ କରୁଥିବା ବେଳେ ଚୀନ ଗଣମାଧ୍ୟମ ପିଓକେକୁ ଭାରତର ବୋଲି ଦର୍ଶାଇଥିଲେ । ଚୀନ ନାଗରିକଙ୍କୁ ପାକିସ୍ତାନ ସରକାର ସୁରକ୍ଷା ଯୋଗାଇ ପାରୁ ନଥିବାରୁ ବେଜିଂ ଏଭଳି କ୍ଷୁବ୍ଧ ହୋଇଥିବା କୁହାଯାଉଛି ।