ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୩ ମାସ ଜେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡର ହାସ୍ୟ  ଅଭିନେତା ରାଜପାଲ ଯାଦବଙ୍କୁ ୩ ମାସ ଜେଲଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଋଣ ଖିଲାପ ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି । ତୁରନ୍ତ ତାଙ୍କୁ ପୋଲିସ ହେପାଜତକୁ ନେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫିଲ୍ମ ନିର୍ମାଣ ପାଇଁ ରାଜପାଲ ଓ ତାଙ୍କ ସ୍ତ୍ରୀ ଦିଲ୍ଲୀର ଏକ କମ୍ପାନୀରୁ ୫କୋଟି ରୁଣ ନେଇଥିଲେ । କିନ୍ତୁ ଏହାକୁ ସୁଝିବାରେ ଅସମର୍ଥ ହେବାରୁ ରାଜପାଲଙ୍କ କମ୍ପାନୀ ଶ୍ରୀ ତରଙ୍ଗ ଗୋଦାବରୀ ଏଣ୍ଟରଟେନମେଣ୍ଟ ନାମରେ କୋର୍ଟରେ ମାମଲା ରୁଜୁ ହୋଇଥିଲା । ତେବେ ଏ ନେଇ କୋର୍ଟରେ ଏଗ୍ରିମେଣ୍ଟ ହୋଇଥିଲା କି, ରାଜପାଲ ୧୦ କୋଟି ୪୦ ଲକ୍ଷ ଟଙ୍କା ଉକ୍ତ କମ୍ପାନୀକୁ ଫେରସ୍ତ କରିବେ । ମାତ୍ର ସେ ଏହି ଟଙ୍କା ଫେରାଇବାରେ ଅସମର୍ଥ ହୋଇଥିବାରୁ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । 

Leave a comment