ପଦ୍ମରୁ ଖଶିଲା ଦୁଇ ପାଖୁଡା,ଦିଲ୍ଲୀପ ବିଦେଶ ରୁ ଆସିଲେ ଶଙ୍ଖ ଧରିବେ ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲା ବିଜେପିର ଲୋକପ୍ରିୟ ବିଧାୟକ ଦିଲ୍ଲୀପ ରାୟ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପି ଦଳ ରୁ ମୁଁହ ବୁଲାଇଛନ୍ତି । ଏହା ଦୀର୍ଘଦିନରୁ ଚର୍ଚ୍ଚା ହେଉଥିଲା ଯାହାକି ଆଜି ବାସ୍ତବ ରୂପ ନେଇଛି । ଉଭୟ ଦିଲ୍ଲୀପ ଓ ବିଜୟ ଯୋଡି ନିବିଡ଼ ବୋଲି କାହାକୁ ବା ଅଛପା । ଦିଲ୍ଲୀପ ବିଧାୟକ ପଦ ରୁ ଇସ୍ତଫା ଦେବେ ବୋଲି ମତ ପ୍ରକାଶ କରିଥିଲେ । ତାର ଠିକ ଗୋଟେ ଦିନ ପରେ ବିଜୟ ମହାପାତ୍ର ଖୋଲା ଖୋଲି ନକହି ସେ ମଧ୍ୟ ଦଳ କୁ ଟାଟା କରିବା ଏକ ପ୍ରକାର ଈଶାରା ଦେଇଥିଲେ । ଯାହାକି ଆଜି ପ୍ରମାଣିତ ହୋଇଛି ।

ଆଜି ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେଲେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ପ୍ରତିଶ୍ରୁତି ପାଇ ମଧ୍ୟ ଏହା ହୋଇପାରି ନଥିବାରୁ ସେ ଦୀର୍ଘଦିନରୁ ଅସନ୍ତୋଷ ଥିଲେ । କିଛିଦିନ ପୂର୍ବରୁ ଜଣେ କ୍ଷମତାଶାଳୀ ନେତା ସେ ବିଧାୟକ ଥିବା ଯାଏଁ ଏହି କାମ ହୋଇ ପାରିବ ନାହିଁ ବୋଲି ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରୁଛନ୍ତି ବୋଲି କହିବା ସହ ରାଉରକେଲା ବାସୀଙ୍କ ହିତ ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ ।

ସେହିପରି ଦିଲ୍ଲୀପଙ୍କ ପରେ ଇସ୍ତଫା ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ମଧ୍ୟ ବିଜେପି ଛାଡିବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ବିଜେପୁର ଉପନିର୍ବାଚନ ରେ ଦଳ ହାରିବା ତାଙ୍କ ମନକୁ ଗଭୀର ଆଘାତ କରିଥିଲା । ବହୁଦିନ ହେଲାଣି ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ରାଜ୍ୟ ସ୍ୱାର୍ଥ ପାଇଁ ବିଜେପିର ଆନ୍ତରିକତା ନାହିଁ । ବହୁ ତରବରିଆ ଭାବେ ବିଜେପିରେ ଯୋଗଦେଇଥିଲେ । ତେବେ ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ ଆଲୋଚନା ହୋଇନାହିଁ ୧୫ ଦିନ ବିରାମ ପରେ ସେ ନିଜ ନିଷ୍ପତ୍ତି ନେବେ ବୋଲି କରିଛନ୍ତି ।

Leave a comment