ଅଭିଜିତ ଆୟରଙ୍କୁ ନୋଟିସ ଜାରି କରିବ ଗୃହ କମିଟି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭା ଗୃହ କମିଟି ବୈଠକରେ ଅଭିଜିତ ଆୟର ମିତ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ୧୧ ତାରିଖ ଦିନ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହାଜର ପାଇଁ ଅଭିଜିତଙ୍କୁ ଗୃହ କମିଟି ନୋଟିସ ଜାରି କରିବ ।
ଗୃହ କମିଟି ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସ୍ୱାଧୀକାର ଭଙ୍ଗ ନେଇ ହୋଇଥିବା ଅଭିଯୋଗରେ ସତ୍ୟତା ଅଛି । ତେଣୁ ଘଟଣା ସଂପର୍କରେ ଅଧିକ ଅନୁସନ୍ଧାନ କରାଯିବ ।
ସୂଚନାନୁଯାୟୀ, ଅଭିଜିତ ଆୟର ଓଡ଼ିଶା, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକି ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା । ଯାହାକି ଓଡ଼ିଶା ବାସୀଙ୍କ ହୃଦୟରେ କୁଠାରଘାତ କରିଥିଲା ।