ବାହା ହେବେ ବଲିଉଡର କଣ୍ଟ୍ରଭର୍ସି କୁଇନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ୍‌ରେ ଏବେ ବିବାହର ଋତୁ ଚାଲିଛି । ଇତିମଧ୍ୟରେ ଦୀପିକା ଓ ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆସନ୍ତା ୨ ତାରିଖରେ ପ୍ରିୟଙ୍କା ଚୋପ୍ରା ବହାହେବାକୁ ଯାଉଛନ୍ତି । ଏହି କ୍ରମରେ ଏବେ ବଲିଉଡ୍‌ର କଣ୍ଟ୍ରଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ମଧ୍ୟ ବାହା ହେବେ ବୋଲି ସେ ନିଜେ କହିଛନ୍ତି । ବଲିଉଡ୍‌ର ଏହି ଆଇଟମ୍‌ ଗାର୍ଲ ଆସନ୍ତା ଡିସେମ୍ବର ୩୧ରେ ବାହା ହେବେ ବୋଲି ଆଜି ଘୋଷଣା କରିଛନ୍ତି । ସେ ଦୀପକ କଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ବାହା ହେବେ ବୋଲି ରାକ୍ଷୀ ନିଜର ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଥିଲେ । ପରେ ତାଙ୍କୁ ଯୋଗାଯୋଗ କରାଯିବାରେ ସେ ଏହା ସତ ବୋଲି କହିଛନ୍ତି ।

ରାକ୍ଷୀ କହିଛନ୍ତି, “ ଏବେ ବଲିଉଡ୍‌ରେ ସମସ୍ତେ ବାହା ହେଉଛନ୍ତି । ତେଣୁ ମୁଁ ମଧ୍ୟ ବାହା ହେବି ବୋଲି ଭାବିଛି । ମୋ ବାହାଘର ଲସ୍‌ ଆଞ୍ଜେଲ୍ସରେ ହେବ । ଏହି ବାହାଘରରେ ଶାହରୁଖ ଖାନ୍‌ ଓ କରନ ଜୋହର ଯୋଗଦେବେ । ମୁଁ ବଲିଉଡର ସମସ୍ତଙ୍କୁ ନିମନ୍ତ୍ରଣ କରିବି । କିନ୍ତୁ ମୁଁ ଜାଣିନି କେଉଁମାନେ ସବୁ ମୋ ବାହାଘରରେ ଯୋଗଦେବେ । ଏମାନଙ୍କ ବ୍ୟତୀତ ଖଲି ମଧ୍ୟ ଲସ୍‌ ଆଞ୍ଜେଲ୍ସ ଯିବେ ।” ବାହାଘର ପାଇଁ ରାକ୍ଷୀ ମଧ୍ୟ କାର୍ଡ ଛାପି ସାରିଛନ୍ତି । ରାକ୍ଷୀ ବିବାହ କରୁଥିବା ଦୀପକଙ୍କ ବିଷୟରେ ଅଧିକ କିଛି ତଥ୍ୟ ମିଳିପାରି ନାହିଁ । ସେ ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟ୍‌ରେ ଭାଗ ନେଇଥିଲେ ।

Leave a comment