କଳି ହେଲା କାଳ, ୧୦ ବର୍ଷର ପୁଅ ହେଲା ଅନାଥ

ଫଟୋ: ସୌଜନ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଖଣ୍ଡପଡ଼ା ମଙ୍ଗଳାସାହିରେ ନିଆଁରେ ପୋଡ଼ି ହୋଇଥିବା ଦମ୍ପତିଙ୍କର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଖଣ୍ଡପଡ଼ା ମଙ୍ଗଳାସାହିରେ ରହୁଥିବା ସଦାନନ୍ଦ ପ୍ରଧାନ ଓ ଋତୁପର୍ଣ୍ଣା ରଥ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଗତକାଲି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏହା ପରେ ସଦାନନ୍ଦ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଋତୁପର୍ଣ୍ଣା ସ୍ୱାମୀଙ୍କୁ ବଞ୍ଚିବାକୁ ଯାଇ ନିଜେ ମଧ୍ୟ ପୋଡିଯାଇଥିଲେ । ସାହି ପଡ଼ିଶା ଲୋକ ପାଟି ଶୁଣି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ସଦାନନ୍ଦଙ୍କର ଶରୀରର ୯୦ ପ୍ରତିଶତ ଜଳି ଯାଇଥିବା ବେଳେ ଋତୁପର୍ଣ୍ଣାଙ୍କ ଶରୀର ୭୦ ପ୍ରତିଶତ ଜଳି ଯାଇଥିଲା।
ପ୍ରଥମେ ତାଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମୃତ୍ୟୁ ଘଟିଛି । ସଦାନନ୍ଦ ଓ ଋତୁପର୍ଣ୍ଣାଙ୍କ ମୃତ୍ୟୁ ପରେ ତାଙ୍କର ୧୦ ବର୍ଷର ପୁଅ ଅନାଥ ହୋଇଯାଇଛି ।