ଆଜିଠୁ ଗଡ଼ିଲା ‘ମୋ ସାଇକେଲ’

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୋମବାରଠାରୁ ରାଜଧାନୀରେ ଗଡ଼ିବ ‘ମୋ ସାଇକେଲ’। ଏଥିପାଇଁ ସହରବାସୀଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଛି । ସେବା ଆରମ୍ଭ ପୂର୍ବରୁ ଅନେକ ଲୋକ ବୁକିଂ କରିଛନ୍ତି । ପ୍ରତି ଅଧ ଘଣ୍ଟା ପାଇଁ ସାଇକେଲ ଭଡ଼ା ୫ ଟଙ୍କା ଧାର୍ଯ୍ୟ କରାଯାଇଛି । କିନ୍ତୁ ପ୍ରଥମ ୫ଦିନ ସମସ୍ତଙ୍କ ପାଇଁ ମାଗଣାରେ ସାଇକେଲ ଉପଲବ୍ଧ ହେବ । ଏହାପରେ ଭଡ଼ା ଦେବାକୁ ପଡ଼ିବ । ଯଦି କେହି ସେବା ପ୍ରଦାନକାରୀ ସଂସ୍ଥାରେ ସଦସ୍ୟ ଭାବେ ପଞ୍ଜୀକୃତ ହେବେ ତେବେ ତାଙ୍କୁ ପ୍ରତିଦିନ ମାଗଣାରେ ଅଧଘଣ୍ଟା ସାଇକେଲ ଚଳାଇବାର ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ୧୨୦ଟି ସ୍ଥାନରେ ପ୍ରାୟ ୧୪୦୦ ସାଇକେଲ ଉପଲବ୍ଧ ହେବ । ଆସନ୍ତା ଡିସେମ୍ବର ୧ରୁ ୨ହଜାର ସାଇକେଲ ବ୍ୟବସ୍ଥା କରାଯିବ । ହେକ୍ସି ବାଇକ୍‌, ୟାନା ଓ ୟୁଲୁ ନାମକ ୩ଟି ସଂସ୍ଥା ସାଇକେଲ ଯୋଗାଇବେ । ୟାନା ଏବଂ ହେକ୍ସି ସଂସ୍ଥାର ସଦସ୍ୟତା ଦେୟ ମାସିକ ୧୦୦ଟଙ୍କା ରଖିଥିବାବେଳେ ୟୁଲୁ ପକ୍ଷରୁ ୧୪୯ଟଙ୍କା ରଖାଯାଇଛି ।

Leave a comment