ରାଜନୀତି ପାଇଁ ୧୯ରେ ଅଫିସର ଲଢ଼େଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ସାଧାରଣ ନିର୍ବାଚନ । ଓଡ଼ିଶାରେ ବିଧାନସଭା ସାଙ୍ଗକୁ ଲୋକସଭା ନିର୍ବାଚନ । ତେଣୁକରି କିଏ କେଉଁ ଆସନରୁ ବାଜି ମରିବ ସେଥିପାଇଁ ଅଙ୍କକସା ଆରମ୍ଭ ହୋଇଗଲାଣି । ଏବେ ସମସ୍ତଙ୍କ ନଜର ଭୁବନେଶ୍ୱର ଲୋକସଭା ଆସନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ । ନିର୍ବାଚନୀ ଉଷ୍ମତା ଏତେ ଆରମ୍ଭ ହେଲାଣିଯେ ରାଜନେତାଙ୍କୁ ଛାଡି ଅଫିସର ମାନେ ରାଜନୀତିକୁ ଡେଇଁଲେଣି । ଏଥର ଅଫିସର ଓ ଅଫିସର ଙ୍କ ଭିତରେ ମୁକାବିଲା ଦେଖିବାକୁ ମିଳିବ । ସବୁଠାରୁ ଚର୍ଚ୍ଚାରେ ଥିବା ଅଫିସର ମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ରୁ ସଦ୍ୟ ଭାବରେ ଆଇ.ଏ.ଏସ ପଦରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଅପରାଜିତା ଶଢଙ୍ଗୀ । ସେହିପରି ବିଜେଡିରୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଚର୍ଚ୍ଚାରେ ଅଛନ୍ତି ବରିଷ୍ଠ ପ୍ରଶାସକ ତଥା ଆଇ.ପି.ଏସ ଅଫିସର ମୁମ୍ବାଇର ପୁର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ । କୁହାଯାଏ ଅରୁପ ଓ ଅପରାଜିତା ବିଜେଡି ଓ ବିଜେପି ର ପ୍ରାର୍ଥୀ ହୋଇପାରନ୍ତି । କଂଗ୍ରେସ ଭୁବନେଶ୍ୱର କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କିନ୍ତୁ ଅରୁପ ଓ ଅପରାଜିତା ଙ୍କ ଲଢେଇ ଯେ ଜମିବ ଏହା କାହାକୁ ଅଛୁପା ନାହିଁ । ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଆସୁଥିବା ୭ଟି ଯାକ ନିର୍ବାଚନ ମଣ୍ଡଳୀକୁ ଅନୁଧ୍ୟାନ କଲେ ବିଜେଡିର ପଲ୍ଲା ଭାରି ଲଗୁଛି ସଂଖ୍ୟା ଦୃଷ୍ଟିରୁ, ଦ୍ୱିତୀୟ ରେ କିନ୍ତୁ ବିଜେପି । କିନ୍ତୁ ଏ ୨୦୧୪ ରୁ ୨୦୧୯ ଭିତରେ ବିଜେପି ର ମାତ୍ରାଧିକ ଉର୍ଣ୍ଣତ୍ତି ହୋଇଛି । ମୋଦି ପୁରୀ ଆସି ଲଢ଼ିବା ବା ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରହିବା, ଶାହାଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ଇତ୍ୟାଦି ଦେଖିଲେ ଲାଗୁଛି ବିଜେପିର ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ଲାନ ରହିଛି । ଏହି ସ୍ୱତନ୍ତ୍ର ପ୍ଲାନ ବଦଳରେ ଅପରାଜିତାଙ୍କ ଲୋକପ୍ରିୟତା ଏବଂ ମୋଦିଙ୍କ ବିକାଶ ମନ୍ତ୍ରକୁ ଅୟୁଦ୍ଧ କରି ଭାଜପାକୁ ନିର୍ବାଚନ ବୈତରଣୀ ପାର ହେବାକୁ ପଡିବ । ଅରୁପ ପଟ୍ଟନାୟକ ମୁମ୍ବାଇସ୍ଥିତ କମିଶନର ଘଟଣା କ୍ରମରେ ନବୀନଙ୍କ ନିକଟତ୍ତର ହୋଇଥିଲେ । ଦଳର କିଛି ତୁଙ୍ଗ ନେତୃତ୍ୱ ଙ୍କ ସମ୍ମତି କ୍ରମେ ସେ ଦଳରେ ମିଶିଛନ୍ତି । କେବଳ ଏତିକି ନୁହେଁ ଯୁବ ବିଭାଗର ଗୁରୁତ୍ୱପୂର୍ଣ୍ଣ ବିଜୁ ଯୁବବହିନୀ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆ ଯାଇଛି । ସେହିପରି ନିକଟରେ ଦୁର୍ଗା ପୂଜା ସମୟରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ, ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର କିଛି ଦୁର୍ଗା ମଣ୍ଡପ ସେ ବୁଲି ଦେଖୁଥିଲେ । ଯଦି ତୃତୀୟ ମହଲା ରୁ ନିର୍ଦ୍ଦେଶ ନଥାନ୍ତା ତେବେ କଣ ଅରୁପ ଏପରି ବୁଲାବୁଲି କରିଥାନ୍ତେ ? ତେଣୁ କରି ଅରୁପ ଙ୍କ ବୁଲା ବୁଲି, ଅପରାଜିତା ଙ୍କ ଚର୍ଚ୍ଚା ଭୁବନେଶ୍ୱର ଲୋକସଭା ରାଜନୀତିକୁ ଆହୁରି ଗତିଶୀଳ କରିଛି । ଏବେ ଦେଖିବାକୁ ବାକି ରହିଲା ଏ ଲଢ଼େଇ ରେ କିଏ ବାଜି ମାରୁଛି ।

Leave a comment