ସାବରିମାଳା ମନ୍ଦିରରୁ ଫେରିବା ବେଳେ ମହିଳାଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବଡ଼ ବିବାଦ ସତ୍ତ୍ୱେ କେରଳର ଐତିହାସିକ ସାବରିମାଳା ମନ୍ଦିର ୨ମାସ ପାଇଁ ଖୋଲିଥିବା ବେଳେ ଏକ ଅଘଟଣ ଘଟିଥିବା ଜଣାପଡିଛି । ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ମହିଳାମାନେ ମନ୍ଦିରକୁ ପ୍ରବେଶ କରିଥିଲେ । ତେବେ ମନ୍ଦିରରେ ଦର୍ଶନ ସାରି ଫେରୁଥିବାବେଳେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ହୃଦ୍ଘାତରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶନିବାର ସାବରିମାଳା ମନ୍ଦିର ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ଭଗବାନ ଆୟପ୍ପାଙ୍କୁ ଦର୍ଶନ କରିଥିଲେ । ରାତି ତିନିଟାରୁ ଦ୍ୱାର ଖୋଲାଯିବା ପରେ ଭକ୍ତ ଙ୍କ ଭିଡ ଜମିଥିଲା । ୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଆଶଙ୍କା ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୂଚନା ଅନୁଯାୟୀ, ମନ୍ଦିରରେ ସବୁବର୍ଗର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆୟପ୍ପା ଭକ୍ତଙ୍କ ପକ୍ଷରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି ।