୧.୬କୋଟିରେ କିଡନୀ ବିକ୍ରି କରିବାକୁ ଯାଇ ଯୁବକ ହଟହଟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ସମୟରେ ଆମର ଏଭଳି କିଛି ଜିନିଷ କୁଣିବାକୁ ଇଛା ହୁଏ ଯାହା ଆମ ବଜେଟ ବାହାରେ ଥାଏ ବା ଯାହାକୁ କିଣିବାକୁ ଆମେ ଅସମର୍ଥ ହୋଇଥାଉ । ବିଶେଷ କରି ଯୁବାବସ୍ଥାରେ ଏଭଳି ଅନେକ ଥର ହେଉଥିବା ବେଳେ କିଡନୀ, ଆଖି ଆଦି ବିକ୍ରି କରିବା କଥା ଅନେକଙ୍କ ମନରେ ଆସେ । କିନ୍ତୁ ବାଙ୍ଗାଲୋରର ଜଣେ ଯୁବକ ଏହାକୁ ଖୁବ ଗମ୍ଭୀରତାର ସହ ନେବା ପରେ କିଭଳି ହଟହଟା ହୋଇଛନ୍ତି ଆସନ୍ତୁ ପଢିବା । ଅନଲାଇନ ବିଜ୍ଞାପନ ଦେଖି ନିଜର ଗୋଟିଏ କିଡନୀ ବିକ୍ରି କରିବାକୁ ଉଦ୍ୟମ କରିଥିଲେ ବାଙ୍ଗାଲୋରର ଏମ.ବି. ସୋମଶେଖର ନାମକ ଜଣେ ଯୁବକ ।
ସୋମଶେଖରଙ୍କ କହିବା ଅନୁଯାୟୀ, ବାଙ୍ଗାଲୋରସ୍ଥିତ କଲମ୍ବିଆ ଏସିଆ ହସ୍ପିଟାଲର ସିନିୟର ଡକ୍ଟର ଅରୁଣ ୱେସଲେ ଡାଭିଡ଼ ଏକ ଅନଲାଇନ ସାଇଟରେ କିଡନୀ ବିକ୍ରି କରିବା ନେଇ ବିଜ୍ଞାପନ ଦେଇଥିଲେ । ସେହି ସାଇଟରୁ ସେ ଡ଼ା. ଡାଭିଡ଼ଙ୍କ ହ୍ଵାଟ୍ସଆପ ନମ୍ବର ପାଇଥିଲେ । ହ୍ଵାଟ୍ସଆପରେ ଡ଼ା. ଡାଭିଡ଼ଙ୍କ ସହ ଆଲୋଚନା କରିବା ପରେ ତାଙ୍କ କିଡନୀ ୧.୬ କୋଟିରେ ବିକ୍ରି କରିବାକୁ ଡା. କହିଥିଲେ । ତେବେ ଡାକ୍ତରଙ୍କ କହିବାନୁଯାୟୀ ସେ ଆଧାରକାର୍ଡ ନେଇ କଲମ୍ବିଆ ଏସିଆ ହସ୍ପିଟାଲରେ ପହଞ୍ଚିଥିଲେ । ମାତ୍ର ସେଠାରେ ସୋମଶେଖରଙ୍କ ଏଭଳି କଥା ଶୁଣି ମେଡିକାଲ କର୍ତ୍ତୃପକ୍ଷ ଚକିତ ହେବା ସହ ପୋଲିସକୁ ଡ଼କାଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ସୋମଶେଖର ହ୍ଵାଟ୍ସଆପରେ ଚାଟ କରିଥିବା ନମ୍ବର ଡ଼ା. ଡାଭିଡ଼ଙ୍କର ନୁହେଁ ବୋଲି ଡା. କହିଛନ୍ତି । କେହି ଲୋକଙ୍କୁ ହଇରାଣ କରିବା ପାଇଁ ଏଭଳି ବିଜ୍ଞାପନ ଦେଉଥିବା ଡା.ଡାଭିଡ଼ ସୂଚନା ଦେଇଛନ୍ତି ।