ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଛତିଶଗଡ଼ର ଦାନ୍ତେୱାଡାର ଜଙ୍ଗଲ ନିକଟରେ ନକ୍ସଲ ହମଲାରେ ଦେହାନ୍ତ ହୋଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କର ମରଶରୀର ଆଜି ତାଙ୍କ ପୈତୃକ ଗାଁ ବଲାଙ୍ଗୀରର ଲୋଇସିଂହା ଘୁଷରମୁଣ୍ଡାରେ ପହଞ୍ଚି ଥିଲା । ସମସ୍ତେ ଆଖିରେ ଲୁହ ଓ ମନରେ କୋହ ଚାପି ରଖି ଅମର ରହେ ଅଚ୍ୟୁତ ଧ୍ଵନିରେ ପ୍ରକମ୍ପିତ କରିଥିଲେ ସମଗ୍ର ଗାଁ ।

ସମସ୍ତ ବିଧିବିଧାନ ଅନୁସାରେ ପୈତୃକ ଗାଁ ରେ ଅଚ୍ୟୁତାନନ୍ଦଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଛତିଶଗଡ଼ ରେ ହେବାକୁ ଥିବା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିଲେ ଦୂରଦର୍ଶନ ର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ । ସେଠାରେ ସୁରକ୍ଷାକର୍ମୀ ଓ ନକ୍ସଲ ଙ୍କ ଗୁଳିବିନିମୟ ସମୟରେ ଟଳି ପଡ଼ିଥିଲେ ଅଚ୍ୟୁତାନନ୍ଦ । ଦୂରଦର୍ଶନର ଏହି ଟିମ ନିଲୱାୟା ଅଞ୍ଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ଏହି ମାଓବାଦୀଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

Leave a comment

You cannot copy content of this page