ନକ୍ସଲ ଗୁଳିରେ ଜଣେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦୁଇ ଜଣ ଯବାନ ସହିଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣ ର ଶିକାର ହୋଇଛନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଦୁଇ ଜଣ ସୁରକ୍ଷାକର୍ମୀ ।

ସୂଚନା ଅନୁଯାୟୀ, ଛତିଶଗଡ଼ର ହେବାକୁ ଥିବା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିଲେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ । ତାଙ୍କ ସୁରକ୍ଷାକୁ ଦୃଷ୍ଟି ରେ ରଖି ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ମାତ୍ର ଅରନାପୁର ଜିଲ୍ଲାର ଦାନ୍ତେୱାଡାରେ ସେମାନେ ନକ୍ସଲଙ୍କ ଗୁଳିର ଶିକାର ହୋଇଥିଲେ । ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ନକ୍ସଲ ଗୁଳିରେ ସେହିସ୍ଥାନରେ ଟଳି ପଡ଼ିଥିଲେ ଦୁଇ ସୁରକ୍ଷାକର୍ମୀ । କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ କ୍ୟାମେରା ମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କ ଘର ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଲୋଇସିଂହାରେ ବୋଲି ଜଣାପଡ଼ିଛି।

ସେହିପରି, ନଭେମ୍ବର ୧୨ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ରମଣ ସିଂହ ସୁକମା ଜିଲ୍ଲାରେ ବିଜେପିର କ୍ୟାମ୍ପେନ୍‌ ଦୁଇ ଦିନ ତଳେ ଶୁଭାରମ୍ଭ କରିଥିଲେ । ସେହିଦିନ ହିଁ ନିର୍ବାଚନ ପାଇଁ ନିୟୋଜିତ ଏକ ବୁଲେଟ୍‌ ପ୍ରୁଫ୍‌ ବଙ୍କର (ବିପିବି) ଗାଡ଼ିକୁ ନକ୍ସଲମାନେ ବିଜାପୁର ଜିଲ୍ଲାରେ ଉଡାଇ ଦେଇଥିଲେ। ଏଥିରେ ୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।

Leave a comment

You cannot copy content of this page