ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ, ସବୁ ଦାବି ମାନିନେଲେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୪ଦିନ ଧରି ୬ ଦଫା ଦାବି ନେଇ ଆନ୍ଦୋଳନରତ ଅଗ୍ନିଶମ କର୍ମଚାରୀ ଆଜି ସନ୍ଧ୍ୟାରେ ଆନ୍ଦୋଳନରୁ ଓହରିଛନ୍ତି । ସରକାର ତାଙ୍କର ସବୁ ଦାବି ମାନିନେଇ ଥିବାରୁ ସେମାନେ ଆନ୍ଦୋଳନ ରୁ ଓହରିଯାଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଜର ୬ ଦଫା ଦାବି ଯଥା ଓଡିଶା ପୁଲିସ ମାନଙ୍କ ସହିତ ସମାନ ଦରମା, ଭତ୍ତା ପ୍ରଦାନ, ୮ ଘଣ୍ଟା ଡ୍ୟୁଟି ପ୍ରଦାନ ତଥା ନିଯୁକ୍ତି ଚାର୍ଟ ନିର୍ଦ୍ଧାରଣ, ଖାଲି ପଦବୀ ପୂରଣ କରିବା ଏବଂ ଠିକା ବ୍ୟବସ୍ଥା ଉଚ୍ଛେଦ, ସଂଘକୁ ସରକାରୀ ପଞ୍ଜିକରଣ ମାନ୍ୟତା ପ୍ରଦାନ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ଗତ ୨୪ ତାରିଖରୁ ଆନ୍ଦୋଳନରେ ବସିଥିଲେ । ଯାହାର ପରିଣାମ ସ୍ୱରୂପ ଅନେକ ଦୁର୍ଘଟଣା ଘଟି ଧନ, ଜୀବନ ହାନି ଘଟିଥିଲେ ମଧ୍ୟ ଅଗ୍ନିଶମ କର୍ମଚାରୀ ନିଜ ଜିଦରେ ଅଟଳ ରହିଥିଲେ । ଏପରିକି ୬ ଜଣ ଅଗ୍ନିଶମ କର୍ମଚାରୀ ଙ୍କୁ କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ନିଲମ୍ବିତ କରାଯାଇଥିଲା । ମାତ୍ର ଯେ ପର୍ଯ୍ୟନ୍ତ ସରକାର ତାଙ୍କ ସବୁ ଦାବିକୁ ପୂରଣ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଗ୍ନିଶମ କର୍ମଚାରୀ ଚେତାବନୀ ଦେଇଥିଲେ ।

Leave a comment