ଯୋଗାଣ ମନ୍ତ୍ରୀଙ୍କ ବାଚଳାମି ରେ, ନବୀନ ନିନ୍ଦିତ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): କେତେବେଳେ ନିଜକୁ ନବୀନ ବାବୁଙ୍କ ଚାକର କହି ରାସ୍ତାରେ ପରିଶ୍ରା କରି ଚର୍ଚ୍ଚାରେ ରହିଥିବା ସୂର୍ଯ୍ୟ ଏବେ ପୁଣି ଚର୍ଚ୍ଚାରେ । ଏବେ ନିଜର କୌଣସି ଭଲ କାମ ପାଇଁ ନୁହେଁ ବରଂ ନିଜର ବଦରାଗୀ ଗୁଣ ପାଇଁ । କିଛି ଗଣମାଧ୍ୟମ ଗଜପତି ଜିଲ୍ଲା ର ଲୋମହର୍ଷଣକାରି ପାହାଡ ଧସି ୧୫ ଜଣ ମୃତ୍ୟୁ ଘଟଣାରେ ମତାମତ ପାଇଁ ଯାଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଘଟଣାକୁ ଏଡ଼ାଇ ଯାଇଥିଲେ ସୂର୍ଯ୍ୟ ଯେମିତିକି ବାତ୍ୟା ବନ୍ୟା କଥା ଦୁର ପତ୍ରଟିଏ ବି ହଲି ନାହିଁ । କିନ୍ତୁ ତାଙ୍କ ପାଖକୁ ଖବର ର ମତାମତ ଆଣିବାକୁ ଗଣମାଧ୍ୟମ ଯିବା ପୂର୍ବରୁ ସେହି ଦିନର ସମସ୍ତ ଖବରକାଗଜ ରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇ ସାରିଥିଲା । ହେଲେ ଏହିସବୁ ସତ୍ୱେ ବି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ଏହି ଘଟଣାରେ ପଦୁଟିଏ ନକହି ମନଇଚ୍ଛା କହିଲେ ଆପଣମାନଙ୍କ ପାଖରେ ଖବରଥିବ । ଜିଲ୍ଲାପାଳ ଏସପି ଓ ସମସ୍ତ ଙ୍କ ନା ନେଇ କହିଲେ ସେମିତି କିଛି ହେଇନାହିଁ ଏ ଅହଂକାର ଅସଙ୍ଗତ ଯୁକ୍ତି । ଯୋଗାଣ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପାଇଁ ସମାଲୋଚିତ ହୋଇଛି ନବୀନଙ୍କର ୧୮ ବର୍ଷର ଶାସନ। ସୂର୍ଯ୍ୟ ଅନେକେ ଥର ମନ୍ତ୍ରୀ ରହିସାରିଲେଣି ହେଲେ ତାଙ୍କର ଏଭଳି ଉକ୍ତି କୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି ।
ଅପରପକ୍ଷେ ସୂର୍ଯ୍ୟ ଯୋଗାଣ ମନ୍ତ୍ରୀ ଥାଇ ତାଙ୍କ ନିଜ ଜିଲ୍ଲା ଭଞ୍ଜନଗର ରେ ବନ୍ୟା ପାଣି ଘେରରେ ଲୋକେ ଦୁଇଦିନ ରହିବା ପରେ ମଧ୍ୟ ରିଲିଫ ଖାଦ୍ୟ ପାଇନଥିଲେ । ମୁଖ୍ୟମନ୍ତ୍ରୀ ବନ୍ୟା ସମୀକ୍ଷା କରି ମର୍ମାହାତ ହୋଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ । ହେଲେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନିଜ ଜିଲ୍ଲା ଗଞ୍ଜାମ ର ପରିସ୍ଥିତି ଗମ୍ଭୀର ଥିଲାବେଲେ ମୁଖ୍ୟମନ୍ତ୍ରୀ ଙ୍କ ସହ ବନ୍ୟା ସମୀକ୍ଷା ପାଇଁ ଗଲେନାହିଁ ବରଂ ରାଜଧାନୀ ରେ ଘରେ ବସି ଗଣମାଧ୍ୟମ କୁ ତାଛଲ୍ୟ କରି ନୀତିବାଣୀ ଶୁଣାଇ ଥିଲେ । ମନ୍ତ୍ରୀ ଙ୍କ ଏଭଳି ମତ ରାଜନୈତିକ ବିଶେଷଜ୍ଞ ମାନେ ନିନ୍ଦା କରିବାସହ ମନ୍ତ୍ରୀଙ୍କ ପାଇଁ ନବୀନ ବାବୁଙ୍କ ସମାଲୋଚିତ ହେବାକୁ ପଡ଼ିଛି । ଅନ୍ୟପଟେ ମନ୍ତ୍ରୀ ସୂର୍ଯ୍ୟଙ୍କୁ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ନିନ୍ଦା କରିବା ସହ ମନ୍ତ୍ରୀ ଙ୍କ ବାର୍ଦ୍ଧକ୍ୟ ର ଦୋଷ ବୋଲି ମତପ୍ରକାଶ କରିଛନ୍ତି ।