ଧବଳମୁଖୀ ବେଶରେ ଦର୍ଶନଦେଲେ ମାଆ ସମଲାଇ

0

ଓଡ଼ିଶା ଫାଷ୍ଟ(ସମ୍ବଲପୁର ବ୍ୟୁରୋ): ସମ୍ବଲପୁର ର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ଆଜି ମାଆ ସମଲେଶ୍ବରୀ ଧବଳ ମୁଖରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ବର୍ଷ ତମାମ ରକ୍ତ ମୁଖା ମାଆ ସମଲେଶ୍ୱରୀ ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ଶାନ୍ତ ଧବଳ ମୁଖରେ ଦର୍ଶନ ଦିଅନ୍ତି । ମାଆ ଙ୍କ ଏହି ବେଶକୁ ‘ଧବଳମୁଖୀ’ ବେଶ ବୋଲି କୁହାଯାଏ । ଆଜି ମାଆ କେବଳ ଧବଳ ମୁଖରେ ସୁସଜ୍ଜିତ ହୁଅନ୍ତିନାହିଁ ତାଙ୍କର ବସ୍ତ୍ର, ଅଳଙ୍କାର, ନୈବେଦ୍ୟ ସବୁକିଛି ଧଳା ରଙ୍ଗର କରାଯାଇଥାଏ ସେହିପରି ମାଆଙ୍କ ପାଖରେ ଆଜି ରସଗୋଲା ଭୋଗ ଲଗାଯାଏ । ମାଆଙ୍କ ଏହିବେଶ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତ ଧଇଁ ଆସନ୍ତି । ସକାଳୁ ଲମ୍ବା ଧାଡିରେ ଛିଡା ହୋଇ ମାଆ ଙ୍କ ଏହି ଅଭୂତପୂର୍ବ ଦର୍ଶନ ପାଇଁ ଅପେକ୍ଷା କରନ୍ତି । କାହିଁକି ନା କଥାରେ ଅଛି ମାଆଙ୍କ ଏହି ରୂପକୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ଆଜି ମାଆଙ୍କ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟ ମିଲିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି।

Leave a comment

You cannot copy content of this page