ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଆଗତ ହେଲା ୮୧୨୬.୩୨ କୋଟିର ଅତିରିକ୍ତ ବଜେଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନର ଆଜି ପ୍ରଥମ ଦିନରେ ୮୧୨୬.୩୨ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷ ଏହି ଅତିରିକ୍ତ ବଜେଟ ଆଗତ ହୋଇଛି । ଏହି ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଆଗତ କରିଥିଲେ । ସେହିପରି ବିଭିନ୍ନ ବିଭାଗ ପାଇଁ ମୋଟ ୧, ୩୯,୦୦୦,୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।

ଅପରପକ୍ଷରେ ଆଜି ଗୃହରେ ଅଚଳାବସ୍ଥା ଲାଗିରହିଥିଲା । ବିରୋଧୀ ପ୍ରଥମ ଦିନରୁ ହିଁ ସରକାରଙ୍କୁ ଟାର୍ଗେଟ କରି ହଟ୍ଟଗୋଳ କରିଥିଲେ ଫଳରେ ବାରମ୍ବାର ଗୃହକୁ ମୂଲତବୀ କରିଥିଲେ ବାଚସ୍ପତି । ନାରୀ ନିର୍ଯାତନା ଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଆଲୋଚନା ଦାବି କରି ବିରୋଧୀ ସରକାରଙ୍କୁ ଘେରିଥିଲେ । ସେହିପରି ଗୃହର ମଧ୍ୟଭାଗକୁ ସଭ୍ୟମାନେ ଯାଇପାରିବେନି ବୋଲି ବାଚସ୍ପତି ଲେଖିଥିବା ଚିଠିକୁ ନେଇ ମଧ୍ୟ ଗୃହରେ ତାତି ଲାଗିରହିଥିଲା । ବିରୋଧୀ ହୋହଲ୍ଲା କରୁଥିବାରୁ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ କରିଥିଲେ । 

Leave a comment