ଲତିକା, ଦେବୀଙ୍କୁ ନେଇ ଚର୍ଚ୍ଚା ଜୋର ,ଏବେବି ଯୁବ ଅଙ୍କ ଅଛିଣ୍ଡା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୧ତାରିଖରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ହୋଇଥିଲା । ବିଜେଡି କିପରି ନିଜର ନିଜ ସଙ୍ଗଠନ କୁ ୨୦୨୪ ପାଇଁ ଅଧିକ ସୁଦୃଢ କରିବ ତାହାକୁ ନେଇ ହୋଇଥିଲା ଚର୍ଚ୍ଚା । ଏହି ଚର୍ଚ୍ଚା ମଧ୍ୟରେ ଅନେକ ଦିନରୁ ଅଟକି ରହିଥିବା ଛାତ୍ର, ଯୁବ ଓ ମହିଳା ସଭାପତି ଚୟନ ପାଇଁ ସର୍ବ ସମ୍ମତି ଲୋଡ଼ାଯାଇଥିଲା । ଆଗକୁ ବିଜେଡିର ସାଙ୍ଗଠନିକ ନିର୍ବାଚନ ହେବ । ନୂଆ ମୁଖିଆଙ୍କ ହାତକୁ ଯିବା ସଙ୍ଗଠନ ଦାୟିତ୍ୱ । ତେଣୁ ଏହା ପୂର୍ବରୁ ଛାତ୍ର, ଯୁବ ଓ ମହିଳା ସଭାପତି ଚୟନ ପ୍ରକ୍ରିୟା ଶେଷ କରାଯିବ ।
ଏହି କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ସଭାପତି ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ ଓ ମହିଳା ସଭାପତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ଏପର୍ଯ୍ୟନ୍ତ ସର୍ବାଗ୍ରେ ରଖାଯାଇଛି । ଯୁବ ଙ୍କ ଗୋଟିଏ ଦୁଇଟି ନାମ ନେଇ ସମ୍ମତି ପ୍ରକାଶ ପାଇଥିବାରୁ ଅଙ୍କ ଅଛିଣ୍ଡା ରହୁଛି । ଲତିକାଙ୍କୁ କଟକ, ଭୁବନେଶ୍ୱର ମହିଳା ଗୋଷ୍ଠି ବିରୋଧ କରୁଛନ୍ତି । ସେହିପରି ଯୁବ ସଭାପତି ଜଣେ ବିଧାୟକଙ୍କୁ ଦେବାକୁ ସମସ୍ତେ ଚାହୁଁଛନ୍ତି ।
ସୂଚନା ଅନୁଯାୟୀ, ପୂର୍ବରୁ ଯୁବ ସଭାପତି ନେଇ ଅଙ୍କ ଛିଣ୍ଡୁ ନଥିବା ପ୍ରଥମେ ଓଡ଼ିଶା ଫାଷ୍ଟ ପ୍ରକାଶ କରିଥିଲା । ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ଉତ୍ତର ବିଧାୟକ ସୁଶାନ୍ତ ଓ ଚନ୍ଦ୍ର ସାରଥିଙ୍କ ନାଁ ରହିଥିଲା । ବର୍ତ୍ତମାନ ଛାତ୍ର ସଭାପତି ଭାବେ ଦେବୀ ରଞ୍ଜନ ତ୍ରିପାଠୀ ଓ ମହିଳା ସଭାପତି ଭାବେ ବିଧାୟିକା ଲତିକାଙ୍କ ନାମ ଆପାତତ ସ୍ନମତି ହୋଇଥିବା ବେଶେଷ ସୂତ୍ରରୁ ପ୍ରକାଶ । ବିଶେଷ ପରିସ୍ଥିତିରେ ଏହି ଦୁଇଜଣଙ୍କୁ ବଦଳା ମଧ୍ୟ ଯାଇପାରେ ।