ପାର୍ଥିଙ୍କ ନା ବଦଳରେ ନିର୍ବାଚନ ମଣ୍ଡଳୀ ନା ନେଇ ନିରାଶ କଲେ ପ୍ରଧାନମନ୍ତ୍ରୀ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ତଳେ ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୋଡ ସୋ ଓ ସାଧାରଣସଭା ମାଧ୍ୟମରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ଯାହାକୁ ନେଇ ବିଜେପି ନେତା ଓ କର୍ମୀ ଖୁବ ଗର୍ବୀତ ଓ ଉତ୍ସାହିତ ହୋଇଥିଲେ । ଭାବିଥିଲେ ଏହି ରୋଡ ସୋ’ ତାଙ୍କର ଭୋଟ ବ୍ୟାଙ୍କ ବୃଦ୍ଧି କରିବ । ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ଼ ସୋ ଏୟାରପୋର୍ଟରୁ ବାହାରି ଗଙ୍ଗନଗର, ଓୟୁଏଟି, ସିଆରପି ଫାୟାର ଷ୍ଟେସନ ଛକ ଦେଇ ବରମୁଣ୍ଡା ପଡିଆରେ ପହଞ୍ଚିଥିଲା ।

ଏହି ସୋ’ ଓ ଜନସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉପକୂଳ ଓଡ଼ିଶାର ୩ଟି ଲୋକସଭା ଆସନ ଯଥା ଭୁବନେଶ୍ୱର, ପୁରୀ ଓ କଟକ । ସେସବୁ ମଧ୍ୟରୁ ମୁଖ୍ୟ ଥିଲା ଭୁବନେଶ୍ୱର ଲୋକସଭା ଆସନ, ଭୁବନେଶ୍ୱର ର ୪ ବିଧାନସଭା ଆସନ ଓ ଏହାର ନିକଟବର୍ତ୍ତୀ ୩ ବିଧାନସଭା ଆସନ । ଭୁବନେଶ୍ୱରରେ ବିଶାଳସଭାର ଆୟୋଜନ କରି ମୋଦି ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀଙ୍କ ପାଇଁ ସାତଟି ନିର୍ବାଚନ ମଣ୍ଡଳୀର ନାଁ କହି ଭୋଟ ମାଗିଥିଲେ । ମାତ୍ର ବିଧାୟକଙ୍କ ପାଇଁ ପ୍ରାର୍ଥୀଙ୍କ ନା ବଦଳରେ କେବଳ ନିର୍ବାଚନ ମଣ୍ଡଳୀର ନାଁ କହିଥିଲେ । ଯାହାକୁ ନେଇ ବୁଦ୍ଧିଜୀବ ଓ ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ କହିବା ଅନୁଯାୟୀ, ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ସ୍ଥିତି ବିରୋଧୀ ପ୍ରାର୍ଥୀଙ୍କ ଠାରୁ ଏକ ପ୍ରକାର ଭଲ ଥିବାବେଳେ ସାତଟି ସ୍ଥାନର ବିଧାୟକ ପ୍ରାର୍ଥୀଙ୍କ ଅବସ୍ଥା ସେତେ ସୁଦୃଢ ନାହିଁ । ତେଣୁ ସେମାନେ ହତାଶ ହୋଇ ମୋଦିଙ୍କ ରୋଡ଼ ସୋ ଓ ପ୍ରଚାରକୁ ଅପେକ୍ଷା କରିଥିଲେ । ଯାହାକି ତାଙ୍କ ଭୋଟ ବ୍ୟାଙ୍କ ଙ୍କୁ ବୃଦ୍ଧି କରିବାରେ ସହାୟକ ହେବ । ମାତ୍ର ମଞ୍ଚ ଉପରେ ମୋଦିଙ୍କ ନିକଟରେ ବସିବାର ସୌଭାଗ୍ୟ ମଧ୍ୟ ସେମାନଙ୍କୁ ଜୁଟିନଥିଲା । ସେମାନେ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ସତ ମାତ୍ର ସେମାନଙ୍କୁ ପଛରେ ବସିବାକୁ ଦିଆଯାଇଥିଲା । ଯାହାକି ସେମାନଙ୍କୁ ନିରାଶ କରିଛି । ଏଠାରେ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ପାଇଁ ଭୋଟ ନିବେଦନ କରିବାକୁ ଆସିଥିଲେ ତେବେ ମଞ୍ଚ ଉପରେ କେନ୍ଦ୍ରାପଡାର ବୈଜୟନ୍ତ, ପାଟକୁରାର ବିଜୟ, ସାଲେପୁରର ପ୍ରକାଶ ବେହେରା ଙ୍କୁ କାହିଁକି ମୋଦିଙ୍କ ନିକଟରେ ଓ ଆଗରେ ବସିବାକୁ ସୁଯୋଗ ଦିଆଗଲା । ଏହା କ’ଣ ଭୁବନେଶ୍ୱର ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇବ ? ନା’ ସେମାନଙ୍କୁ ହତାଶ କରିବ ? ଏସବୁ ମଧ୍ୟରେ ଆଉ ଏକ କଥା ସମ୍ନାକୁ ଆସିଥିଲା, ତାହା ହେଲା ଏତେବଡ ସଭାରେ ଦାମଙ୍କ ଅନୁପସ୍ଥିତି । ଯାହାକୁ ନେଇ ରାଜଧାନୀର ରାଜନୀତି ସରଗରମ ହୋଇଛି ।

ସୂଚନା ଅନୁଯାୟୀ, ମୋଦି ଏହି ଜନସଭାରେ ଚିରାଚରିତ ଢଙ୍ଗରେ କଂଗ୍ରେସ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ମୋଦି କହିଥିଲେ, ‘ ଆମ ଦଳର କାର୍ଯ୍ୟକର୍ତ୍ତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି । ଶାସକ ଦଳର ଗୁଣ୍ଡାମାନେ ଆମ କର୍ମୀଙ୍କୁ ହତ୍ୟା କରିଛନ୍ତି । ବିଜେପି ସରକାରକୁ ଆସିଲେ ମଙ୍ଗୁଳି ଜେନାଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବ’। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ପକ୍କାଘର, ଉଜ୍ଜଳା ଗ୍ୟାସ ଏବଂ ବିଜୁଳି ଯୋଗାଇଦିଆଯିବ । ଏହିପରି ଅନେକ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟ ଦ୍ୱାରା ଓଡ଼ିଶାର ସର୍ବାଙ୍ଗୀନ ଉର୍ଣ୍ଣତ୍ତି କରାଯିବ ।

ସେହିପରି ରାସ୍ତାରେ ଆସିବା ସମୟରେ ଯୁବକ, ଯୁବତୀ, ପିଲା ଓ ବୟସ୍କଙ୍କୁ ଭେଟିଲି । ସେମାନଙ୍କ ସହ ଭେଟହେବା ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ । ଭୁବନେଶ୍ୱର ହେଉଛି ବୀର ଓ ବିଦ୍ୱାନଙ୍କ ଭୂମି । ଓଡ଼ିଶା ଲୋକଙ୍କୁ ଦେଖିଲା ପରେ ସେମାନଙ୍କ ମନ ବୁଝି ହେଉଛି । ସେମାନେ ଏଠାରେ ବିଜେପି ସରକାର ଗଢ଼ିବାକୁ ସ୍ଥିର କରିସାରିଲେଣି । ବିକାଶ ପାଇଁ ସେମାନେ ଡବଲ ଇଂଜିନର ଆବଶ୍ୟକତା ରହିଛି ବୋଲି ବୁଝି ସାରିଲେଣି ବୋଲ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ।

Leave a comment