ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ, ଵୋଡିଙ୍ଗ ଛକ ଗଣେଶ ପୂଜା କମିଟି ସହ ଜଳଛତ୍ର ସେବା କରୁଛନ୍ତି ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ପୁରୀର ହେରାଗୋହରି ସାହି ସ୍ଥିତ ଵୋଡିଙ୍ଗ ଛକ ଠାରେ, ପ୍ରବଳ ରୌଦ୍ରତାପକୁ ଆଖିଆଗରେ ରଖି ଵୋଡିଙ୍ଗ ଛକ ଗଣେଶ ପୂଜା କମିଟି ଦ୍ୱାରା ଏକ ଜଳଛତ୍ର ସେବା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇ ଅଛି । ଏହି ମହତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ ତଥା ରାଷ୍ଟ୍ରପତି ପୁରସ୍କୃତ ପ୍ରାପ୍ତ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର, ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ଆଦିତ୍ୟ ମିଶ୍ର, ପୁରୀ ଓକିଲ ସଂଘ ସମ୍ପାଦକ ଶ୍ରୀଯୁକ୍ତ ବିଭୁତି ମହାପାତ୍ର, ରାଜେଶ ମିଶ୍ର, ଶକ୍ତି ନାୟକ, ଜ୍ଞାନରଞ୍ଜନ ବାରିକ, ନରେନ୍ଦ୍ର ସାହୁ, ଜଣ ଜାଗରଣ ମଞ୍ଚ ଅନୁଷ୍ଠାନ, କୁମାର ଉତ୍ସଵ ସମିତି,ସମର୍ପଣ, ରେଳ ଓଭର ବ୍ରିଜ କ୍ରିୟାନୁଷ୍ଠାନ କମିଟି, ଵୋଡିଙ୍ଗ ଛକ ଗଣେଶ ପୂଜା କମିଟି ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।

ସେହି ସମୟରେ ଭାରତୀୟ ଜାତୀୟ କଂଗ୍ରେସର ଲୋକସଭା ପାର୍ଥି ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ନାୟକ ନିଜର ନିର୍ବାଚନ ପ୍ରଚାରରେ ଯାଉଥିବା ସମୟରେ ତାଙ୍କୁ ମଧ୍ୟ ଜଳଛତ୍ର କୁ ସ୍ୱାଗତ କରାଯାଇଥିଲା । ସେ ମଧ୍ୟ ଜଳ ପାନ କରିବା ସହ ସମସ୍ତଙ୍କ ସହ ମିଶି ପଥଚାରିଙ୍କୁ ସେବା ପ୍ରଦାନ କରିଥିଲେ । କୁମାର ଉତ୍ସଵ ସମିତି ପକ୍ଷରୁ ଶାନ୍ତି ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ ସମ୍ମାନିତ କରାଯାଇଥିଲା ।

Leave a comment