ଜଗତ୍‌ସିଂହପୁର ବିଧାୟକ ପ୍ରାର୍ଥୀଙ୍କୁ ସହଯୋଗ କରିବେ ଆଶାୟୀ ପ୍ରାର୍ଥୀ

0

2wଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ରାଜନୀତିରେ ଏବେ ପୁଣି ନୂଆ ସମୀକରଣ ସୃଷ୍ଟି ହୋଇଛି । ଏଠାରେ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିବା ପରେ ଅନ୍ୟତମ ଆଶାୟୀ ଅମରେନ୍ଦ୍ର ଦାସ ଓ ତାଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ । ଏପରି କି ଜଗତ୍‌ସିଂହପୁର ସହରରେ ପୋଡାଜଳା ସହ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ପ୍ରଶାନ୍ତଙ୍କ ପ୍ରଥମ ନିର୍ବାଚନୀ ଶୋଭାଯାତ୍ରାରେ କଳା ପତାକା ଦେଖାଇ ଅମରେନ୍ଦ୍ରଙ୍କ ସମର୍ଥକ ମାଡ଼ ଖାଇଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଟକରାଟକରି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ଅମରେନ୍ଦ୍ରଙ୍କୁ ଜିଲା ବିଜେଡି ସଭାପତି ଦାୟିତ୍ୱ ଦେଇଥିଲେ ।

ଏହାପରେ ବି ପ୍ରଶାନ୍ତଙ୍କ ପାଇଁ ସେ ପ୍ରଚାର କରିବେ ନାହିଁ ବୋଲି ଅମରେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । କିନ୍ତୁ କିଛିଦିନର ବ୍ୟବଧାନ ପରେ ଅମରେନ୍ଦ୍ର ନରମିଛନ୍ତି । ଗୋଟିଏ ମଞ୍ଚରେ ସେ ପ୍ରଶାନ୍ତଙ୍କ ସହ ବସିବା ସହ ତାଙ୍କୁ ଜିତାଇବା ପାଇଁ କାମ କରିବେ ବୋଲି ଘୋଷଣା କରିଛନ୍ତି । ନବୀନ ବାବୁ ଯାହାଙ୍କୁ ପ୍ରାର୍ଥୀ କରିଛନ୍ତି ତାଙ୍କୁ ଆମେ ସହଯୋଗ କରିବୁ ବୋଲି ଅମରେନ୍ଦ୍ର କହିଛନ୍ତି । ତେବେ ପ୍ରକୃତରେ ଏହା କେତେଦୂର ସତ ହେବ ତାହା ନିର୍ବାଚନୀ ମଇଦାନରେ ଜଣାପଡିବ ।

Leave a comment