ଭୋଟ ବର୍ଜନ କଲେ ଗ୍ରାମବାସୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଭୋଟ ବର୍ଜନ କଲେ ଗ୍ରାମବାସୀ । ଭବାନୀପାଟଣା ବ୍ଲକ ଭେଜିପଦର ଗାଁର ମତଦାତା କଲେ ଭୋଟ ବର୍ଜନ ।

ସୂଚନା ଅନୁଯାୟୀ, ଭବାନୀପାଟଣା ବ୍ଲକ ଭେଜିପଦର ଗାଁର ୬୬୦ ଜଣ ମତଦାତା ଭୋଟ ବର୍ଜନ କରିଛନ୍ତି । ତାଙ୍କ ଗାଁ କୁ ରାସ୍ତା ଘାଟରୁ ଆରମ୍ଭ କରି କୌଣସି ସରକାରୀ ସୁବିଧା ପହଞ୍ଚି ନଥିବାରୁ ସେମାନେ ଭୋଟ ବର୍ଜନ କରୁଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ପୁଲିଙ୍ଗ ବୁଥ ସାମ୍ନାରେ ଧାରଣା ରେ ବସିଛନ୍ତି ।

Leave a comment