କଂଗ୍ରେସ ଗଡ଼ ହାତେଇବା ଆଶାରେ ବିଜେଡି ଓ ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବିଜୁ ଜନତା ଦଳ ଶାସନ କରିବାର ୧୯ ବର୍ଷ ହୋଇଥିଲେ ମଧ୍ୟ ନବରଙ୍ଗପୁର ଲୋକସଭା କ୍ଷେତ୍ର‌ ଅଧୀନ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଏଯାବତ୍‌ କଂଗ୍ରେସ ଗଡ଼ ହୋଇରହିଛି । ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ରମେଶ ଚନ୍ଦ୍ର ମାଝିଙ୍କୁ ପ୍ରାର୍ଥୀ କରିଥିବା ବେଳେ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଦ୍ମିନୀ ଦିଆନଙ୍କୁ ପ୍ରାର୍ଥୀ କରିଛି ।

ମଇଦାନରେ କଂଗ୍ରେସ, ଭାଜପା, ବିଜେଡି ସମେତ ସ୍ବାଧୀନ ପ୍ରାର୍ଥୀ ରହିଥିବା ବେଳେ କୋଟପାଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସ, ଭାଜପା ଏବଂ ବିଜେଡି ଭିତରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି । ଦୀର୍ଘ ଦିନ ଧରି କଂଗ୍ରେସ ଗଡ଼ ଭାବେ ପରିଚିତ ଏହି ବିଧାନସଭା କ୍ଷେତ୍ରରେ ଏଥର ନିର୍ବାଚନରେ ପରିବର୍ତ୍ତନ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଏଥର ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳ ପକ୍ଷରୁ ସବୁ ପ୍ରକାର ପ୍ରୟାସ ଜାରି ରହିଛି । ଗତକାଲି କୁନ୍ଦୁରା ସଦରସ୍ଥିତ ଶାସ୍ତ୍ରୀ ମଇଦାନଠାରେ ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର ପ୍ରଚାରକ ଭାବେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୁଇ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଆଲୋଚନା ହେଉଛି । ସେହିପରି ରାଜ୍ୟରେ ବିଜେପି ତାର ସଂଗଠନ ସୁଦୃଢ କରିଥିବା‌ରୁ ଏଠି ମଧ୍ୟ ବିଜେପି ପ୍ରାର୍ଥୀ କଡ଼ା ଟକ୍କର ଦେବେ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

Leave a comment