ପ୍ରିୟଦର୍ଶୀ, ଜନ୍ମେଜୟ ଓ ମୀନକେତନ ହେଲେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଅନେକ ଅସନ୍ତୋଷ ଦେଖା ଦେଇଛି । ବିଗତ ୧୯ବର୍ଷ ପରେ ନବୀନ ନିବାସ ସମ୍ମୁଖରେ ଅସନ୍ତୁଷ୍ଟ ଆଶାୟୀଙ୍କ ସମର୍ଥକ ବିକ୍ଷୋଭ କରିବା ପ୍ରଥମ ଥର ଦେଖିବାକୁ ମିଳିଥିଲା । ଏହି ଅସନ୍ତୁଷ୍ଟ ଆଶାୟୀଙ୍କୁ ମନାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ୍ଯ କରୁଛନ୍ତି । ସେମାନଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ଥାଇଥାନ କରିବା ଆରମ୍ଭ କଲେଣି ।
ସୂଚନା ଅନୁଯାୟୀ, ଉତ୍ତର ଭୁବନେଶ୍ୱରରୁ ବିଧାୟକ ଥିବା ପ୍ରିୟଦର୍ଶୀ ମିଶ୍ର ଙ୍କ ସହ ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଜିତୁ ପଟ୍ଟନାୟକ ଓ ବିଜୟ ନାୟକଙ୍କୁ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କୋ – ଅବଜରଭର ଭାବେ ନିଯୁକ୍ତି ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।