ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ: ସରକାରୀ ଚାକିରୀରେ ଥାଇ ବିଜେପି ପ୍ରାର୍ଥୀ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାର ରଙ୍ଗମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ଡାକ୍ତର ବୁଧନ ମୁର୍ମୁ । ସରକାରୀ ଚାକିରୀରେ ଥିବା ଏହି ବ୍ୟକ୍ତିଙ୍କୁ ବିଜେପି ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ନିୟମ ଅନୁଯାୟୀ ସରକାରୀ ଚାକିରୀରେ ଥିବା କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ହେଲେ ଚାକିରୀ ଛାଡ଼ିବାକୁ ପଡ଼ିବ । ସେହିଭଳି ପ୍ରାର୍ଥୀ ଚାକିରି କରିଛନ୍ତି ନା ନାହିଁ, ଚାକିରୀ କରିଥିଲେ ସରକାରୀ କାର୍ଯ୍ୟରୁ ରିଲିଭ୍ ହୋଇଛନ୍ତି ନା ନାହିଁ ସେସବୁ ଅନୁଧ୍ୟାନ କରି ସଂପୃକ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା କଥା ।

ମାତ୍ର ସାରସକଣା ନିର୍ବାଚନମଣ୍ଡଳୀରେ ଡାକ୍ତର ବୁଧନ ମୁର୍ମୁଙ୍କ ପ୍ରାର୍ଥୀତ୍ୱରେ ବ୍ୟତିକ୍ରମ ହୋଇଛି । ଚାକିରୀରେ ଥାଇ ପ୍ରାର୍ଥୀ ହେବା ସହ ନିଜ ପାଇଁ ନିର୍ବାଚନ ପ୍ରଚାରରେ ବି ଲାଗିଯାଇଛନ୍ତି । ଚାକିରୀରେ ଥାଇ ପ୍ରାର୍ଥୀ ହେବା ଏବଂ ଚାକିରୀରେ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ଉଭୟ କ୍ଷେତ୍ରରେ ନିର୍ବାଚନ ଆଚରଣବିଧିର ସ୍ପଷ୍ଟ ଉଲ୍ଲଂଘନ ହେଉଛି । ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ଶ୍ରୀ ଲେଲିନ୍ ମହାନ୍ତି, ଶ୍ରୀମତୀ ସୁଲତା ଦେଓ ଏବଂ ଡ. ସସ୍ମିତ୍ ପାତ୍ର ସାମିଲ ହୋଇଥିଲେ ।

Leave a comment