ବିଜେଡି ଛାମୁଆ ନେତାଙ୍କୁ ଘାରିଛି କ୍ଷମତା ଲୋଭ, ମୁଖିଆକୁ କରୁଛନ୍ତି ବ୍ଲାକମେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜ୍ୟରେ ଜନତାଦଳ ନିଜର ଅସ୍ତିତ୍ବ ହରାଇଥିଲା । ପୂର୍ବରୁ ରାଜନୀତିରେ କୌଣସି ରୁଚିନଥିବା ନବୀନ ପଟ୍ଟନାୟକଙ୍କୁ ବିଜୁପ୍ରେମୀ ମାନେ ରାଜନୀତିକୁ ଆସିବାକୁ ଅନୁରୋଧ କରିଥିଲେ ଓ ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା । ବିଜୁ ବାବୁଙ୍କ ଅନୁଗତ ବିଜୁପ୍ରେମୀଙ୍କୁ ଏକତ୍ରିତ କରି ୨୦୦୦ ମସିହାରେ ବିଜୟ ହାସଲ କରିଥିଲେ । ଧୀରେ ଧୀରେ ନବୀନଙ୍କ ଲୋକପ୍ରିୟତା ଏତେ ବଢିଥିଲାଯେ ଓଡିଶା ରାଜନୀତିରେ ଏହା ପରଠାରୁ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ କିମ୍ବା ନେତାଙ୍କ ଉପରେ ରାଜ୍ୟବାସୀ ଭରସା କରିପାରିନାହାନ୍ତି । ମାତ୍ର ବର୍ତ୍ତମାନ ବିଜେଡିର ଛାମୁଆ ନେତା କ୍ଷମତା ଲୋଭର ବଶବର୍ତ୍ତୀ ହୋଇଛନ୍ତି । ଦଳ ଛାଡିବାକୁ ଦେଉଛନ୍ତି ଧମକ । ରାଜ୍ୟରେ ବିଜେପି, କଂଗ୍ରେସ କୁ ପଛରେ ପକାଇ ସଙ୍ଗଠନକୁ କଳେ- ବଳେ- କୌଶଳେ ମଜଭୁତ କରିବାରେ ଲାଗିପଡିଛି । ମୋଦିଙ୍କ ଯାଦୁ ମଧ୍ୟ ସମଗ୍ର ଦେଶରେ ରହିଛି ତେଣୁ ବିଜେଡିର କିଛି ଛାମୁଆ ନେତା ଟିକେଟ ନମିଳିଲେ ବିଜେପିରେ ମିଶିବାକୁ ଦଳ ଓ ମୁଖିଆଙ୍କୁ ଦେଉଛନ୍ତି ଧମକ । କିନ୍ତୁ ପ୍ରାର୍ଥୀ ମାନେ ଏହା ଭୁଲି ଯାଉଛନ୍ତି କି ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ବୁଲି ବୁଲି ପ୍ରଚାର କରି ଭୋଟ ବ୍ୟାଙ୍କ ବୃଦ୍ଧି କରୁଛନ୍ତି । ସମଗ୍ର ଦେଶରେ ମୋଦି ଲହର ଥିଲା ବେଳେ ରାଜ୍ୟରେ କିନ୍ତୁ ନବୀନ ଯାଦୁ ଚାଲେ ଏହାକୁ କେହି ଖଣ୍ଡନ କରିପାରିବେ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ବିଜେଡିର ୩ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ସ୍ଥିର ହୋଇ ପାରୁନାହିଁ । କାହିଁକି ନା ନବୀନଙ୍କ ୧୯ବର୍ଷ ଶାସନ କାଳ ମଧ୍ୟରେ ଏଥର ପ୍ରଥମ ଥରପାଇଁ ନବୀନ ନିବାସ ସମ୍ମୁଖରେ ଦେଖିବାକୁ ମିଳୁଛି ବିରୋଧ । ଆଶାୟୀ ପ୍ରାର୍ଥୀ ମାନେ ନିଜ ଅଞ୍ଚଳର ସଙ୍ଗଠନକୁ ନେଇ ପହଞ୍ଚି ଯାଉଛନ୍ତି ନବୀନ ନିବାସ ସମ୍ମୁଖରେ । କିଛି ଛାମୁଅନେତା, ମହିଳା ଓ ଛାତ୍ର ନେତା ସେମାନଙ୍କୁ ବି ସୁଯୋଗ ମିଳୁ ବୋଲି ମୁଖିଆଙ୍କ ଉପରେ ଚାପ ପକାଇ ଟିକେଟ ପାଇଁବାକୁ କରୁଛନ୍ତି ପ୍ରୟାସ । ସେହିପରି ଦଳରେ ଅନେକ ଯୁବନେତା ଅଛନ୍ତି ଯେକି ବିନା କ୍ଷମତା ଲୋଭରେ ନିଷ୍ଠାରସହ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ଓ ସଙ୍ଗଠନକୁ ମଜଭୁତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

ଦେଖିବାକୁ ବାକିରହିଲା କାହା ଭବିଷ୍ୟତ କେଉଁ ଆଡକୁ ଗତି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Leave a comment