ପୋଲିଓ ଭେକ୍ସିନ ରେ ମିଳିଲା ପୋଲିଓ ଟାଇପ୨ ଭୁତାଣୁ; ଲୋକେ ଆତଙ୍କିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ଭାରତରେ ପୋଲିଓ ଟାଇପ୨ ଭୁତାଣୁ ନିପାତ ହୋଇଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଡିମଡିମା ପିଟୁଥିବା ବେଳେ ଜାତୀୟ ଟୀକାକରଣ ଯୋଜନା ମାଧ୍ୟମରେ ଉତ୍ତର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଭଳି ରାଜ୍ୟ ରେ କୁନି କୁନି ପିଲା ମାନଙ୍କୁ ଦିଆଯାଇ ଥିବା ସଂକ୍ରମିତ ପୋଲିଓ ବୁନ୍ଦା ପିଲାମାନଙ୍କ ଜୀବନ କୁ ମରଣ ମୁହଁ କୁ ଠେଲି ଦେଲା ଭଲି ଅବସ୍ଥା ସୃଷ୍ଟି କରବା ସହ ଏହି ଘଟଣା ଚାରିଆଡେ ଆତଙ୍କ ଖେଳାଇ ଦେଇଛି ।ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଟୀକା କରଣ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ପୋଲିଓ ବୁନ୍ଦା ଭେକ୍ସିନ, ଉତ୍ତର ପ୍ରଦେଶ ର ଗାଜିଆବାଦ ସ୍ଥିତ ବାୟୋମେଡ ଫାର୍ମାସ୍ୱିଟିକାଲ କମ୍ପାନୀ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଥିଲା । ପ୍ରଥମେ ଉତ୍ତର ପ୍ରଦେଶ ରେ ଏହି ସଂସ୍ଥା ଦ୍ୱାରା ନିର୍ମିତ ପୋଲିଓ ଭେକ୍ସିନରେ ଟାଇପ୨ ପୋଲିଓ ଭୁତାଣୁ ଥିବା ଜଣାପଡିଥିଲା । ଏହି ଖବର ଜଣାପଡ଼ିବା ପରେ ଘଟଣା ର ସତ୍ୟତା ଯାଞ୍ଚ ପାଇଁ ଟୀକା ନେଇ ଥିବା ପିଲା ମାନଙ୍କ ମଳ କୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ଯାଞ୍ଚରୁ ମଳରେ ଟାଇପ୨ ପୋଲିଓ ଭୁତାଣୁ ମିଳିବା କଥାର ସତ୍ୟତ ଜଣାପଡିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ତଦନ୍ତ କରାଯାଇଥିଲା । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବାୟୋମେଡ ଫାର୍ମାସ୍ୱିଟିକାଲ ଦ୍ୱାରା ଯୋଗାଉଥିବା ଉପରୋକ୍ତ ତିନୋଟି ରାଜ୍ୟରେ ପିଲା ମାନଙ୍କୁ ଖାଇବାକୁ ଦିଆଯାଇଥିବା କେତକ ଭାଇଲ୍ ପୋଲିଓ ଭେକ୍ସିନ୍ ରେ ଟାଇପ୨ ଭୁତାଣୁ ମିଳିବା ନିଶ୍ଚିତ ହେବା ପରେ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଙ୍କ ତରଫରୁ ଏହାକୁ ଯୋଗାଉଥିବା କମ୍ପାନୀ ବିରୁଦ୍ଧରେ ଥାନାରେ ଏତେଲା ପରେ ଏହି ଭେକ୍ସିନ୍ କୁ ଯୋଗାଉଥିବା ବାୟୋମେଡ ଫାର୍ମାସ୍ୱିଟିକାଲ କମ୍ପାନୀ ର ଏମ.ଡ଼ି ଙ୍କୁ ଗିରଫ କରାଯାଇଛି ।ଏମ.ଡ଼ି ଙ୍କୁ ଗିରଫ କରାଯିବା ପରେ ଏହି କମ୍ପାନୀ ର ଅନ୍ୟ ୫ଜଣ ନିର୍ଦ୍ଦେଶକ ଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲିବା ସହ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କମ୍ପାନୀର ଠୀକା ପ୍ରସ୍ତୁତିକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି । ଟାଇପ୨ ଭୁତାଣୁ ଥିବା ସମସ୍ତ ପୋଲିଓ ଭେକ୍ସିନ ନେଇଥିବା ପିଲାମାନଙ୍କ ଠାରେ ସରକାର ଙ୍କ ତରଫରୁ ପ୍ରତିକାର ବ୍ୟବସ୍ଥା କରାଯିବା ସହ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସମସ୍ତ ରାଜ୍ୟକୁ ଯୋଗାଇ ଦିଆଯାଉଥିବା ସମସ୍ତ ପୋଲିଓ ଟୀକା ର ଟିକ୍ ନିକ୍ ପରୀକ୍ଷା ନିରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।