ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି, କଂଗ୍ରେସ ମୁହାଁମୁହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନ ଭିତରେ ପଶି ଭାରତୀୟ ବାୟୁସେନା ଆକ୍ରମଣ କରିବା ଭୁଲ୍‌ ନିଷ୍ପତ୍ତିି ଥିଲା ବୋଲି କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ । ଏ ନେଇ କଂଗ୍ରେସ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସହ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଉପରେ ଅପମାନଜନକ ବୟାନକୁ ଜନତା ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏକ ଖବରଦାତା ସମ୍ମିଳନୀରେ ଶାହ କହିଛନ୍ତି, କଂଗ୍ରେସ ଶହୀଦ ଯବାନଙ୍କୁ ଅପମାନିତ କରୁଛି । ପିଟ୍ରୋଡା ଦେଶର ସେନା ଓ ଶହୀଦଙ୍କୁ ଅପମାନିତ କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଶାହ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ପିଟ୍ରୋଡା କହିଥିଲେ, ପୁଲ୍‌ଓ୍ବାମା ଭଳି ଆକ୍ରମଣ ସବୁବେଳେ ଘଟୁଛି । କେତେଜଣ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନକୁ ଦଣ୍ଡଦେବା ଠିକ୍‌ ନୁହେଁ । ଏଥିସହିତ ବାଲାକୋଟ ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟାକୁ ନେଇ ପିଟ୍ରୋଡା ପ୍ରଶ୍ନ ଉଠାଇଥିଲେ ।

Leave a comment