ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତକୁ ନେଇ ଚାନ୍ଦବାଲି ବିଜେଡିରେ ଗୋଷ୍ଠି କନ୍ଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବାର ମାତ୍ର କିଛି ସମୟ ପୂର୍ବରୁ ଏଭଳି ଘଟଣା ଘଟିଥିଲା । ତେବେ ପରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ସୂଚନା ଅନୁଯାୟୀ, ବିଧାୟକ ବ୍ୟୋମକେଶ ରାୟଙ୍କ ସମର୍ଥକମାନେ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । ଏହି ସମୟରେ ବ୍ୟୋମକେଶଙ୍କୁ ବିରୋଧ କରୁଥିବା ବିଜେଡି କର୍ମୀମାନେ ଅନ୍ୟ ଏକ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ବାହାରିଥିଲେ । ବିଜେଡି ଜିଲ୍ଲା ଉପସଭାପତି ପ୍ରତାପ ଧଳଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା କରାଯାଇଥିଲା । କର୍ମୀମାନେ ଦିଗଛିଆଠାରୁ ଶୋଭାଯାତ୍ରା ବାହାରି ସଭାସ୍ଥଳକୁ ଆସୁଥିବା ବେଳେ ମାତ୍ର ୪ କିମି ଦୂରରୁ ସେମାନଙ୍କୁ ଅଟକା ଯାଇଥିଲା । ବିଧାୟକଙ୍କ ସମର୍ଥକମାନେ ବିପକ୍ଷ କର୍ମୀଙ୍କୁ ଢେଲା ପଥର ମାଡ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା ।

Leave a comment