ବବିଙ୍କ ଛବିରେ ଦାଗ ଲଗାଇବାକୁ ଚକ୍ରାନ୍ତ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ନିର୍ବାଚନର ସମୟ । ଅନେକ ଆଶାୟୀ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶାସକ ଦଳରୁ ଟିକେଟ ଆଶାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି । କେବଳ ସେତିକି ନୁହେଁ ବବିଙ୍କ ଉପରେ ଟିକେଟ ଦେବାକୁ ଚାପ ପକାଉଛନ୍ତି । ସେମାନଙ୍କୁ ଯେତେ ବୁଝାଇଲେ ବୁଝିବାକୁ ନାରାଜ । ସେମାନଙ୍କ ଗୋଟିଏ ଜିଦ ଆମକୁ ଟିକେଟ ଦିଅ ।

୨୦୧୪ ସାଧାରଣ ନିର୍ବାଚନରେ ପ୍ରତେକ ଅଞ୍ଚଳରୁ ପ୍ରାର୍ଥୀ ଚୟନ ପାଇଁ ଏକ ଟିମ ଗଠନ କରାଯାଇଥିଲା । ସେମାନେ ସେ ଅଞ୍ଚଳର ଲୋକମତ ଗ୍ରହଣ କରି ପ୍ରାର୍ଥୀର ନାଁ ବିଜେଡ଼ି ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଯାଉଥିଲେ ଓ ମୁଖ୍ୟମନ୍ତ୍ରୀ ଏହାକୁ ତର୍ଜମା କରିବା ପରେ ପ୍ରାର୍ଥୀର ନାମ ଘୋଷଣା କରାଯାଉଥିଲା । ଏଥର କିନ୍ତୁ କୌଣସି ଟିମ ଗଠନ କରାଯାଇ ନାହିଁ । ୨୦୧୯ ନିର୍ବାଚନରେ କୌଣସି ରିସ୍କ ନେବକୁ ଚାହୁଁ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟ କାହାଉପରେ ଆଗାମୀ ସାଧାରଣ ନିର୍ବାଚନର ପ୍ରାର୍ଥୀ ଚୟନ ଦାୟିତ୍ୱ ନଦେଇ ଏଥର ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀ ଚୟନ କରିବେ । ତେଣୁ ପ୍ରଣବ(ବବି) ସେ ଆଶାୟୀ ପ୍ରାର୍ଥୀ ଙ୍କୁ ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଖାକରିବାକୁ ପରାମର୍ଶ ଦେଇଥିଲେ ।

ସୂଚନା ଅନୁଯାୟୀ, ରାଜ୍ୟ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ ଟିକେଟ ଆଶାରେ ପ୍ରଣବ ପ୍ରକାଶ ଦାସଙ୍କ ଘରକୁ ଯାଇଥିଲେ । ସେତେବେଳ ସେଠାରେ ଶହ ଶହ ବିଜେଡି ପୁରୁଷ ଓ ମହିଳା କର୍ମୀ ଓ ଆଶାୟୀ ପ୍ରାର୍ଥୀ ଉପସ୍ଥିତ ଥିଲେ । ସେମାନଙ୍କୁ ବବି ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝିବାକୁ ପ୍ରସ୍ତୁତ ନଥିଲେ କି ବବି ନିର୍ବାଚନ ଟିକେଟ ବାଣ୍ଟୁ ନାହାନ୍ତି । ତାଙ୍କ ନାଁରେ ମିଥ୍ୟା ପ୍ରଚାର ଚାଲିଛି ବୋଲି ବବି କହିଥିଲେ । ଟିକେଟ ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରନ୍ତୁ କଥାକୁ ନେଇ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ ବବି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ । ମାତ୍ର ଏହିକଥାକୁ ସହଜରେ ଦଳରେ କେହି ଗ୍ରହଣ କରିପାରିନାହାନ୍ତି । ଜଣେ ମହିଳା କମିସନ ସଦସ୍ୟା କାହିଁକି ବବିଙ୍କୁ ଦେଖା କରିବାକୁ ଆସିଥିଲେ ? ଯଦି ବବି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ କହିଥିଲେ ଏଠାରେ ଦୁର୍ବ୍ୟବହାର କିପରିହେଲା ବୋଲି ସାଧରଣରେ ଚର୍ଚ୍ଚା ଜୋର ଧରିଛି । ଏହା ପଛରେ ବବିଙ୍କୁ ବଦନାମ କରିବାକୁ କୌଣସି କୁଚକ୍ରାନ୍ତ ଗୋଷ୍ଠିଙ୍କ ହାତଥିବା ରାଜନୈତିକ ମହଲରେ କୁହାକୁହି ହେଉଥିବା ଶୁଣିବାକୁ ମିଳୁଛି ।

ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ବିଜେଡି ଦଳର ଅତି ପରିଚିତ ନାମ । ସେ ନିଜ ଅଞ୍ଚଳର ଉର୍ଣ୍ଣତ୍ତିମୂଳକ କାର୍ଯ୍ୟ ବ୍ୟତୀତ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ନିଜସ୍ୱ ଇଚ୍ଛାରେ ତଦାରଖ କରିଥାନ୍ତି । ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ ଦଳରେ ବବିଙ୍କୁ ଖୋଜାଯାଏ । ସେ ସହଜରେ ଓ ଖୁବ ଚତୁରତାର ସହ ଅସନ୍ତୁଷ୍ଟଙ୍କୁ ମାନଇବାରେ ସକ୍ଷମ ହୁଅନ୍ତି । ବବି ନିଜ ସାଙ୍ଗଠନିକ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଗୁଡ଼ଲିଷ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି । ହେଲେ କିଛି ବ୍ୟକ୍ତି ତାଙ୍କର ଏହି ଲୋକପ୍ରିୟ ଛବିକୁ ମଳିନ କରିବାକୁ ଚେଷ୍ଟା ଚଳାଇଛି ।

Leave a comment