ବିଧାନସଭା: ଚାଷୀ ଏବଂ ପଶ୍ଚିମବଙ୍ଗ ବିବାଦକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ଠାରୁ ବିଧାନସଭା ଶେଷ ଅଧିବେଶନ ଆରମ୍ଭ ହୋଇଛି । ବିରୋଧୀ ଦଳ ଏକାଠି ହୋଇ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ଶାସକ ଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି । କୃଷି ଓ କୃଷକଙ୍କ ସମସ୍ୟା, ନିଯୁକ୍ତି, ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବାକୁ ଯୋଜନା କରିଛନ୍ତି । ସେହିପରି କେନ୍ଦ୍ରର ଅବହେଳା ଓ ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ବିଜେଡି ଅସ୍ତ୍ର କରିବାକୁ ପ୍ରସ୍ତୁତ ଥିବା ବେଳେ ଗତକାଲି ଅଧିବେଶନ ଆରମ୍ଭରୁ ହିଁ ଗୃହ ମୁଲତବୀ ରହିଥିଲା । ତେବେ ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହରେ ଚାଷୀ ଏବଂ ପଶ୍ଚିମବଙ୍ଗ ବିବାଦକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ବିଧାୟକମାନେ ବ୍ୟାନର ଲଗାଇ ଗୃହର ମଧ୍ୟ ଭାଗକୁ ଚାଲିଆସି ହଙ୍ଗାମା କରିଥିଲେ । ତେବେ ଚାଷୀ ପ୍ରସଙ୍ଗକୁ ମୁଦ୍ଦା କରି କଂଗ୍ରେସ ଅସନ୍ତୋଷ ଜାହିର କରିଥିବା ବେଳେ ପଶ୍ଚିମବଙ୍ଗ ବିବାଦକୁ ନେଇ ଭାଜପା ହଟ୍ଟଗୋଳ କରିଥିଲା । ଫଳରେ ୧ଘଣ୍ଟା ପାଇଁ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଛନ୍ତିି ।