ପଶ୍ଚିମବଙ୍ଗ ଭଳି ଓଡ଼ିଶା ସରକାର ବି ଭୋଗିବେ ସମଦଶା: ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ଓ ଓଡ଼ିଶାରେ ରାଜ୍ୟ ସରକାର ନିଜେ ଚିଟ୍‌ଫଣ୍ଡ ଦୁର୍ନୀତିର ଲାଭାର୍ଥୀ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ରାଜ୍ୟର ସରକାର ସାରଦା, ସିସୋର, ଅର୍ଥତତ୍ତ୍ୱ ଭଳି ଚିଟ୍‌ଫଣ୍ଡ କମ୍ପାନୀର ପୃଷ୍ଠପୋଷକ ଥିଲେ । ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣା ବସିଥିବା ସମ୍ପର୍କରେ ପଚାରିବାରେ ଧର୍ମେନ୍ଦ୍ର ଏଭଳି ମତ ରଖିଛନ୍ତି । ସେ କହିଛନ୍ତି, ଯେଉଁମାନେ ଗରିବଙ୍କ ପଇସା ଲୁଟ୍‌ କରିଛନ୍ତି ସେମାନଙ୍କୁ ନ୍ୟାୟ ବ୍ୟବସ୍ଥାରେ ସିବିଆଇ ତଦନ୍ତ ମାଧ୍ୟମରେ ଦଣ୍ଡ ମିଳିବା ଦରକାର । ପଶ୍ଚିମବଙ୍ଗରେ ସିବିଆଇର ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଦେଖି ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା ସବୁ ରାଜନୈତିକ ଦଳ ଏକାଠି ହୋଇଛନ୍ତି । ୨୦୧୨-୧୩ ଜନସ୍ବାର୍ଥ ମାମଲା ଆଧାରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତଦନ୍ତ କରୁଛି । ତେବେ ବିଜେଡିକୁ ମଧ୍ୟ ଓଡ଼ିଶାରେ ସମଦଶା ଭୋଗିବାକୁ ଥିବାରୁ ଆଜି ଲୋକସଭାରେ ଆଲୋଚନା ବେଳେ ବିଜେଡି ମମତାଙ୍କୁ ସମର୍ଥନ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave a comment