ରାଲି ପାଇଁ ଅନୁମତି ଦେଲେନି ମମତା, ରାଗିଗଲେ ଯୋଗୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ଭାଜପା ପକ୍ଷରୁ ଆୟୋଜିତ ଗଣତନ୍ତ୍ର ବଞ୍ଚାଅ ରାଲିରେ ଆଜି ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗେଦବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଯୋଗୀଙ୍କ ହେଲିକାପ୍ଟର ଲ୍ୟାଣ୍ଡିଂ ପାଇଁ ପଶ୍ଚିମ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଅନୁମତି ଦେଇ ନଥିଲେ । ଫଳରେ ଯୋଗୀ ରାଲିରେ ଯୋଗଦେଇ ନପାରିବାରୁ ଫୋନ୍‌ ଯୋଗେ ସମାବେଶକୁ ଉଦ୍‌ବୋଧନ ଦେଇଥିଲେ । ଯୋଗୀ ତାଙ୍କ ବକ୍ତବ୍ୟରେ ମମତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ । ସେ କହିଥିଲେ, ମୋତେ ରାଲିରେ ଯୋଗଦେବାକୁ ବନ୍ଦ କରିଦିଆଗଲା, ମାତ୍ର ମୋର ସ୍ବରକୁ କେହି ଦବାଇ ପାରିବେ କରିପାରିବେ ନାହିଁ । ମମତା ବାନାର୍ଜୀ ସରକାରଙ୍କ ପତ୍ତନର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଯାଇଛି ବୋଲି ଯୋଗୀ କହିଛନ୍ତି ।

Leave a comment